ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ କରିଥିବା ଅଭିଯୁକ୍ତ ଗିରଫ

ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ କରିଥିବା ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତକୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି ଦିଲ୍ଲୀ ପୋଲିସ। ଗତବର୍ଷ ନଭେମ୍ବର ମାସରେ ରଶ୍ମିକାଙ୍କ ଡିପ ଫେକ ପ୍ରୋଫାଇଲ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲା ଅଭିଯୁକ୍ତ।

ବ୍ରିଟିଶ ଇଣ୍ଡିଆନ ଇନଫ୍ଲୁଏନସର ଜାରା ପଟେଲଙ୍କ ଭିଡିଓରେ ରଶ୍ମିକାଙ୍କ ମୁହଁକୁ ଏଡିଟ କରି ଯୋଡ଼ୋ ଯାଇଥିଲା। ଡିପଫେକ ଭିଡିଓ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ରଶ୍ମିକା। ଏହି ମାମଲା ପରେ ଦିଲ୍ଲୀ ପୋଲିସ ଜାଲିଆତି, ସମ୍ମାନହାନୀ, ପରିଚୟ ଚୋରି ଓ ବ୍ୟକ୍ତିଗତ ତଥ୍ୟର ଉଲ୍ଲଙ୍ଘନ ଆଦି ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

କିଛି ଦିନ ତଳେ ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କ ଡିପଫେକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏଥିରେ ତାଙ୍କୁ ଏକ ଗେମିଂ ଆପର ପ୍ରମୋସନ କରିଥିବା ଦେଖାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ଏହା ନକଲି ବୋଲି ତେନ୍ଦୁଲକର ସ୍ପଷ୍ଟ କରିବା ସହ ଭିଡିଓକୁ ରିପୋର୍ଟ କରିବାକୁ ଅନୁରୋଧ କରିଥିଲେ। ବିଭିନ୍ନ ସେଲିବ୍ରିଟିଙ୍କ ଡିପଫେକ ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.