Below header

ନାବାଳିକା ଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପୋକସୋ କୋର୍ଟ

ଜଗତସିଂହପୁର ଜ଼ିଲ୍ଲା ଫାଷ୍ଟଟ୍ରାକ ସ୍ୱତନ୍ତ୍ର ପୋକସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି | ୨୦୧୬ ମସିହାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଂଚଳରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ମଇନ ବାବା ଓରଫ ଅକ୍ଷୟ ଦାସ ଓ ତା ଚେଲା ପ୍ରଭାତ ମଲ୍ଲିକକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି |

ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା ଫାଷ୍ଟଟ୍ରାକ ସ୍ୱତନ୍ତ୍ର ପୋକସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି | ୨୦୧୬ ମସିହାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଂଚଳରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ମଇନ ବାବା ଓରଫ ଅକ୍ଷୟ ଦାସ ଓ ତା ଚେଲା ପ୍ରଭାତ ମଲ୍ଲିକକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ଆହୁରି ୯ମାସ ଅତିରିକ୍ତ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଫାଷ୍ଟଟ୍ରାକ ସ୍ୱତନ୍ତ୍ର ପୋକସ କୋର୍ଟ |

୩୩ ଜଣ ସାକ୍ଷୀଙ୍କ ବୟାନ ଓ ଆଇପିସି ଧାରା ୫୦୬,୩୭୬ (୨)(i) ,୩୭୬ (ଡୀ)ଓ ୩୪ କୁ ଆଧାର କରି ମାନ୍ୟବର ବିଚାରପତି ଅଜୟ କୁମାର ମହାନ୍ତି ତିର୍ତୋଲ ଅଞ୍ଚଳର ଅଭିଯୁକ୍ତଦ୍ବୟଙ୍କୁ ଏହି ଦଣ୍ଡରେ ଦଣ୍ଡିତ କରିଛନ୍ତି | ଏହା ସହିତ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନାବାଳିକାକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦ ପ୍ରଦାନ କରିବାକୁ ମାନ୍ୟବର କୋର୍ଟ ନିର୍ଦେଶ ଦେଇଛନ୍ତି |

ସୂଚନାଯୋଗ୍ୟ, ୨୦୧୬ ମସିହାରେ ତିର୍ତୋଲ ଅଞ୍ଚଳରେ ଜଣେ ନାବାଳିକାର ରୋଗ ଭଲ କରି ଦେବାକୁ କହି ଝାଡ଼ାଫୁଙ୍କା ଆଳରେ ଏକ ବନ୍ଦ କୋଠରୀରେ ଦୁଷ୍କର୍ମ କରିଥିଲେ | ସେଠାରେ ତାକୁ ମୁଖ୍ୟ ଅଭିଯୁକ୍ତ ବାବା ଓ ସାଥୀ ଚେଲା ଦୁଷ୍କର୍ମ କରିଥିଲା | ଆଜି ଏହାର ବିଚାର କରି ମାନ୍ୟବର ଅଦାଲତ ପିଡିତାକୁ ନ୍ୟାୟ ପ୍ରଦାନ କରିଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.