Below header

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଆରଆଇ ଗିରଫ

ଲାଞ୍ଚୁଆ ଆରଆଇ ଗିରଫ। ଭିଜିଲାନସ ଜାଲରେ ଭଦ୍ରକ ଜିଲ୍ଲା ବନ୍ତ ତହସିଲର କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକ ଶରତ ଜେନା।

ଭଦ୍ରକ : ଲାଞ୍ଚୁଆ ଆରଆଇ ଗିରଫ। ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ବନ୍ତ ତହସିଲର କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକ ଶରତ ଜେନା। ଚାଷଜମିକୁ ଘରବାଡ଼ି କିସମରେ ପରିଣତ କରିବାକୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। ଖାନାବାଡି ଅଞ୍ଚଳର ପ୍ରଶାନ୍ତ ଜେନା ନିଜର ଜମିକୁ ଘରବାଡି କରିବା ପାଇଁ କେନ୍ଦୁଆପଦା ଆରଆଇ ଅଫିସରେ ଆବେଦନ କରିଥିଲେ।

ଶରତ ଜେନା ଫିଲଡ ତଦନ୍ତ ପରେ ରିପୋର୍ଟ ଦେବା ପାଇଁ ପ୍ରଶାନ୍ତଙ୍କୁ ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ପ୍ରଶାନ୍ତ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ଲାଞ୍ଚ ଟଙ୍କା ଦେଉଥିବା ବେଳେ ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ ପୂର୍ବରୁ ସଜାଗ ରହି ଶରତଙ୍କୁ ଗିରଫ କରିଛନ୍ତି। ତାଙ୍କ ଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ ହୋଇଛି। ଆୟବର୍ହିଭୁତ ସଂପତ୍ତି ଠୁଳ ସନ୍ଦେହରେ ଆରଆଇଙ୍କ ଅଫିସ ଓ ଘରେ ଚଢଉ କରିଛି ଭିଜିଲାନ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.