Below header

ବୃଦ୍ଧାଙ୍କ ପଇସା ଖାଇଗଲେ ବ୍ୟାଙ୍କ କର୍ମଚାରୀ

ଅଟୋଚାଳକ ଓ ବ୍ୟାଙ୍କ କର୍ମଚାରୀଙ୍କ ଷଡଯନ୍ତ୍ରରେ ଆଜି ହଟହଟା ହେଉଛନ୍ତି ଏହି ବୃଦ୍ଧା ଜଣଙ୍କ । ବ୍ୟାଙ୍କରେ ସେ ପଇସା ରଖିଥିଲେ ଜମି ବିକ୍ରି କରି ପଇସା ରଖିଥିଲେ ତାଙ୍କ ଅସୁବିଧା ବେଳେ ଏହି ଟଙ୍କା କାମରେ ଲାଗିବ ହେଲେ ବିଶ୍ଵାସରେ ବିଷ ଦେଇ ବୃଦ୍ଧଙ୍କ ଠାରୁ ଠକି ନେଲେ ଲକ୍ଷ ଲକ୍ଷ ଟଙ୍କା ।

ଯାଜପୁର ଟାଉନ (କେନ୍ୟୁଜ) : ବୃଦ୍ଧାଙ୍କ ପଇସା ଖାଇଗଲେ ବ୍ୟାଙ୍କ କର୍ମଚାରୀ । ଅଟୋଚାଳକ ଓ ବ୍ୟାଙ୍କ କର୍ମଚାରୀଙ୍କ ଷଡଯନ୍ତ୍ରରେ ଆଜି ହଟହଟା ହେଉଛନ୍ତି ଏହି ବୃଦ୍ଧା ଜଣଙ୍କ । ବ୍ୟାଙ୍କରେ ସେ ପଇସା ରଖିଥିଲେ ଜମି ବିକ୍ରି କରି ପଇସା ରଖିଥିଲେ ତାଙ୍କ ଅସୁବିଧା ବେଳେ ଏହି ଟଙ୍କା କାମରେ ଲାଗିବ ହେଲେ ବିଶ୍ଵାସରେ ବିଷ ଦେଇ ବୃଦ୍ଧଙ୍କ ଠାରୁ ଠକି ନେଲେ ଲକ୍ଷ ଲକ୍ଷ ଟଙ୍କା ।

ଅଟୋ ଚାଳକ ଓ ବ୍ୟାଙ୍କ କର୍ମଚାରୀ ଙ୍କ ଷଡଯନ୍ତ୍ର ଯୋଗୁଁ ବୃଦ୍ଧା ଙ୍କ ଟଙ୍କା କୁ ହଡପ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଗତ ୬ ମାସ ତଳେ ବିଞ୍ଝାରପୁର ଥାନା ରେ ଅଭିଯୋଗ କରାଯାଇଥିଲେ ବି ପୋଲିସ ଓ ବ୍ୟାଙ୍କ କର୍ତ୍ତୃପକ୍ଷ ଆଜି ଯାଏ ଚୁପ ଅଛନ୍ତି। ଯାଜପୁର ବିଂଝାରପୁରସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ରେ ଏଭଳି ଠକେଇ ହୋଇଛି। ଚନ୍ଦ୍ରମୁଁ ପଂଚାୟତ ଜଗନ୍ନାଥପୁରର ଜଣେ ବୃଦ୍ଧା ମହିଳାଙ୍କ ୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ହଡପ କରିଥିବା ବିଂଝାରପୁର ଥାନାରେ ଅଭିଯୋଗ ହୋଇଛି l

ଅଭିଯୋଗ ମୁତାବକ ମୁତାବକ ଚନ୍ଦ୍ରମୁଁ ପଂଚାୟତ ଜଗନ୍ନାଥପୁର ଗ୍ରାମର ବୃଦ୍ଧା ଭଗବତୀ ଦିବ୍ୟା ବ୍ୟାଙ୍କ କାର୍ଯ୍ୟ ପାଇଁ ଆଶିଷ ନାୟକଙ୍କ ଅଟୋରେ ସଦାବେଳେ ଯାଆସ କରନ୍ତି l ବୃଦ୍ଧା ମହିଳା ଜଣକ ଅଟୋ ଚାଳକଙ୍କ ଉପରେ ବହୁତ ବିଶ୍ୱାସ କରନ୍ତି l ସେହି ବିଶ୍ୱାସ ଓ ଭରଷାରେ ଫାଇଦା ନେଇ ଅଟୋ ଚାଳକ ଜଣକ ନିରୀହ ବୃଦ୍ଧାଙ୍କ ବ୍ୟାଙ୍କରେ ଥିବା ଚାରି ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକି ନେଇଛନ୍ତି l

ଯେତେବେଳେ ବୃଦ୍ଧା ଜଣକ ନିଜର ଟଙ୍କା ଉଠାଇବାକୁ ବ୍ୟାଙ୍କ କୁ ଯାଇଥିଲେ ଦେଖିଥିଲେ କି ତାଙ୍କ ଆକାଉଣ୍ଟରେ ଟଙ୍କା ନାହିଁ l ଅତି ଚତୁରତାର ସହ ବୃଦ୍ଧାଙ୍କ ବ୍ୟାଙ୍କ ଖାତାରୁ ଚେକ ମାଧ୍ୟମରେ ଅଳ୍ପ ଅଳ୍ପ କରି ସମସ୍ତ ଟଙ୍କା ଉଠେଇ ନେଇଥିଲେ l ଏହି ଠକେଇ ରେ ବ୍ୟାଙ୍କ କର୍ତ୍ତୃପକ୍ଷ ସାମିଲ ଥିବା ସେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ୬ ମାସ ତଳେ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.