Below header

ମାର ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗୁଛନ୍ତି ଦିବ୍ୟାଙ୍ଗ ଭାଇ ଭଉଣୀ

ବାବୁ ଏ ବାବୁ ଭିକ ଦିଅ ବାବୁ ମୋ ମା"ର ଶୁଦ୍ଧିକ୍ରିୟା କରିବୁ । ଦୁଇ ଜଣ ଯାକ ଦିବ୍ୟାଙ୍ଗ କିନ୍ତୁ ଘରକୁ ଘର ବୁଲି ଏମିତି ଡାକି ଡାକି ଭିକ ମାଗୁଛନ୍ତି । କିଛି ଦିଅନ୍ତୁ, ସାହାଯ୍ୟ କରନ୍ତୁ, ମୋ ମାର ଶୁଦ୍ଧିକ୍ରିୟା କରିବୁ

ସୋର (କେନ୍ୟୁଜ) : ଭିକ ମୁଠେ ଦିଅ ମା, ବାବୁ ଏ ବାବୁ ଭିକ ଦିଅ ବାବୁ ମୋ ମା”ର ଶୁଦ୍ଧିକ୍ରିୟା କରିବୁ । ଦୁଇ ଜଣ ଯାକ ଦିବ୍ୟାଙ୍ଗ କିନ୍ତୁ ଘରକୁ ଘର ବୁଲି ଏମିତି ଡାକି ଡାକି ଭିକ ମାଗୁଛନ୍ତି । କିଛି ଦିଅନ୍ତୁ, ସାହାଯ୍ୟ କରନ୍ତୁ, ମୋ ମାର ଶୁଦ୍ଧିକ୍ରିୟା କରିବୁ …ସାହାଯ୍ୟ କର ବାବୁ । ଏମିତି ଦୁଇ ଭାଇ ଭଉଣୀ ଭିକ୍ଷା ମାଗୁଛନ୍ତି। ଆଉ ଦୁଃଖ ଏମିତି ଯେ ବେଳେ ବେଳେ କାନ୍ଦି କାନ୍ଦି ବେହୋସ୍ ମଧ୍ୟ ହୋଇ ଯାଉଛି ଝିଅଟି। ଏମିତି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ସୋମନାଥପୁର ଗାଁରେ। ଗରିବୀର ଏହି କରୁଣ ଚିତ୍ର ଆପଣଙ୍କ ମନକୁ ବି ବ୍ୟଥିତ କରିବ । କାହିଁକି କେଜାଣି ଭାଗ୍ୟ ଦାଉ ସାଧେ ଏମିତି। ଯିଏ ଗରିବ ତାରି ବେଶି ଦୁଃଖ । ସିମୁଳିଆ ବ୍ଲକ ସୋମନାଥପୁର ସିହାଣୀ ପୋଖରୀ ସାହିର ରତ୍ନାକର ଜେନା। ରତ୍ନାକରଙ୍କ ପତ୍ନୀ ଜେମାମଣି କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଘଟଣାକୁ ୫ ଦିନ ପୂରି ଗଲାଣି । ଜେମାମଣି ଥିଲେ ଘରର ରୋଜଗାରିଆ ମହିଳା। ତାଙ୍କର ମୃତ୍ୟୁ ପରେ ଏବେ ଅସହାୟ ହୋଇ ପଡ଼ିଛନ୍ତି ପୂରା ପରିବାର।

ଜେମାମଣି ସ୍ୱାମୀଙ୍କର ମାନସିକ ବିକୃତି ଥିବା ବେଳେ ପୁଅ ଓ ଝିଅ ଭିନ୍ନକ୍ଷମ ଜନ୍ମ ହେଲେ । ସେମାନଙ୍କର ସବୁ ହାନିଲାଭ ବୁଝୁଥିବା ମାଆଟି ଏବେ ଆଉ ନାହିଁ । ସେହି ମାର ଶୁଦ୍ଧିକ୍ରିୟା ପାଇଁ ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀ ଗାଁରେ ବୁଲି ହାତ ପତାଉଛନ୍ତି । ତେବେ କହିବାକୁ ଚାହିଁବୁ ଯେ ମା ଜେମାମଣିଙ୍କୁ କର୍କଟ ରୋଗ ହୋଇଥିଲା ବେଳେ ଏକ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଗଲା। ମା ଆରପାରିକୁ ଚାଲିଯିବା ପରେ ଭାଙ୍ଗି ପଡିଛନ୍ତି ପରିବାର ଓ ସାହି ପଡ଼ିଶା।(ଭିଓ) ଜେମାମଣି ଅନ୍ୟ ଲୋକଙ୍କ ଠାରୁ ଜମି ବଖରା ଆଣି ଧାନ ଚାଷ କରିଥିଲେ । ହେଲେ ସବୁ ଧାନ ବିକ୍ରି କରି ତାଙ୍କ ଚିକିତ୍ସାରେ ଖର୍ଚ୍ଚ କରିଦେଲେ ସ୍ୱାମୀ। ଏବେ ଘରେ କାଣୀ କଉଡ଼ିଟିଏ ବି ନାହିଁ। କେତେବେଳେ ଖାଉଛନ୍ତି ତ ଆଉ କେତେବେଳେ ପାଣି ପିଇ ଭୋକ ଉପାସରେ ରହି ଯାଉଛନ୍ତି ତିନି ପ୍ରାଣୀ। ଏଭଳି ସ୍ଥିତିରେ ମା’ର ଶୁଦ୍ଧିକ୍ରିୟା କରିବେ ବା କେମିତି ? ସେନେଇ ଚିନ୍ତାରେ ଥିବା ବେଳେ ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀ ପର ଦୁଆରେ ହାତ ପତାଇ ଟଙ୍କା ସଂଗ୍ରହ କରୁଛନ୍ତି ।

ତେବେ ଖବର ପାଇ କଂଗ୍ରେସ ନେତା ହିମାଂଶୁ ଶେଖର ଵେହେରା ମୃତ ଜେମାମଣିଙ୍କ ସ୍ୱାମୀ ରତ୍ନାକରଙ୍କୁ ଭେଟିଥିଲେ । ସ୍ତ୍ରୀର ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ଦେଇଛନ୍ତି । ତା ସହିତ ଭତ୍ତା ପାଇବା ପର୍ଯ୍ୟନ୍ତ ମାସିକ ଆଥିର୍କ ସହାୟତା ଦେବେ ଵୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହି ପରିବାର ପାଇଁ ଦରକାର ସ୍ଥାୟୀ ଥଇଥାନ ବ୍ୟବସ୍ଥା । ଯଦି କେହି ସହୃଦୟ ବ୍ୟକ୍ତି ଏହି ଦୁଃଖୀ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଚାଁହୁଛନ୍ତି। ତାହେଲେ ଜେମାମଣିଙ୍କ ଝିଅ ଆକାଉଣ୍ଟ ନମ୍ବର କିମ୍ବା ଫୋନ ପେ ନମ୍ବରରେ ସହାୟତା ରାଶି ପଠାଇ ପାରିବେ।

ଏଇଠି ରହିଛି ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ…

STATE BANK OF INDIA
SHANTILATA JENA
A/C- 39203426076
Branch – Basudevpur
IFSC CODE- SBIN0002014
Phone Pay – 8093212872

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.