ଯୁବକଙ୍କୁ କ୍ରିକେଟ ବ୍ୟାଟରେ ପିଟି ହତ୍ୟା ଅଭିଯୋଗ

କ୍ରିକେଟ ବ୍ୟାଟରେ ପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ ।  ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମେଣ୍ଡାଗାଁରେ ଘଟିଛି ଘଟଣା ।

 ସୁବର୍ଣ୍ଣପୁର : କ୍ରିକେଟ ବ୍ୟାଟରେ ପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ ।  ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମେଣ୍ଡାଗାଁରେ ଘଟିଛି ଘଟଣା । ସୂଚନା ଅନୁସାରେ ଆଜି ଅପରାହ୍ନରେ ମେଣ୍ଡା ଗାଁର ଚାରିଛକ ନିକଟ କୁମ୍ଭାରପଡା ଖାରୀ ବନ୍ଧ ନିକଟରେ  କୌଣସି ଏକ ଘଟଣାକୁ ନେଇ ବଚସା ହୋଇଥିଲା  ।  ଯାହାକୁ ନେଇ  ବ୍ୟାଟରେ ମାଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତକ ହେଲେ ମେଣ୍ଡା ଗାଁର ସନ୍ତୋଷ ହାତୀ । ଘଟଣାସ୍ଥଳରେ ପୋଲିସ ପହଂଚି ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.