ଡେବିଟ୍‌ କାର୍ଡରେ ମିଳୁଛି ୧ କୋଟି ଟଙ୍କାର ମାଗଣା ବୀମା

ଆପଣଙ୍କ ପାଖରେ ଡେବିଟ୍‌ କାର୍ଡ ତ ଥିବ । କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଡେବିଟ୍‌ କାର୍ଡ ସାହାଯ୍ୟରେ ଆପଣ ପାଇପାରିବେ ୧ କୋଟି ଟଙ୍କା । ହଁ ଆଜ୍ଞା ଆପଣ ୨ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧ କୋଟି ପର୍ଯ୍ୟନ୍ତ ପାଇପାରିବେ ଏହି ଡେବିଟ୍‌ କାର୍ଡ ଜରିଆରେ । ଆପଣ ତ ଜାଣିଥିବେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ପ୍ରାୟ ସମସ୍ତ ଆକାଉଣ୍ଟଧାରୀଙ୍କୁ ଡେବିଟ୍ କାର୍ଡ ଦିଆଯାଏ । କିନ୍ତୁ ଖୁବ୍ କମ୍ ଆକାଉଣ୍ଟଧାରୀ ଜାଣନ୍ତି ଯେ ବ୍ୟାଙ୍କଗୁଡିକ ଡେବିଟ୍ କାର୍ଡରେ ମାଗଣା ଜୀବନ ବୀମା କଭର ପ୍ରଦାନ କରନ୍ତି । କିନ୍ତୁ ଏହି ମାଗଣା ଜୀବନ ବୀମା ବାବଦରେ ଅନେକଙ୍କୁ ଜଣାନଥାଏ । କୌଣସି କାରଣରୁ ଦୁର୍ଭାଗ୍ୟବଶତଃ ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହେଲେ ଏହି ବୀମା ସାହାଯ୍ୟରେ ମୃତକଙ୍କ ପରିବାର ଲୋକେ କ୍ଲେମ୍ କରିପାରିବେ ।
ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ଏହି ବୀମା କଭର କିପରି ଦାବି କରିବେ।

ପ୍ରଥମେ ଜାଣନ୍ତୁ ବୀମା ଦାବି କରିବା ପାଇଁ କଣ ରହିଛି ସର୍ତ୍ତ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣଙ୍କ ପରିବାର ଡେବିଟ୍ କାର୍ଡରେ ଉପଲବ୍ଧ ମାଗଣା ଜୀବନ ବୀମା କଭର ପାଇପାରିବେ କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରହିଛି । ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଉଛି ଆପଣଙ୍କର ଡେବିଟ୍ କାର୍ଡ ସକ୍ରିୟ ରହିଥିବା ଉଚିତ । ଯଦି ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଥିବ କିମ୍ବା କାର୍ଡ ଚାଲୁନଥିବ ତେବେ ବୀମା ଦାବି କରା ଯାଇପାରିବ ନାହିଁ । ଏହା ସହିତ, ବ୍ୟାଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି କାରବାର ଆପଣଙ୍କ ଡେବିଟ୍ କାର୍ଡ ମାଧ୍ୟମରେ କରାଯିବା ଉଚିତ୍ ।

ଡେବିଟ୍ କାର୍ଡରେ ଜୀବନ ବୀମା କଭର କେତେ?

ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଡେବିଟ୍ କାର୍ଡରେ ଉପଲବ୍ଧ ଜୀବନ ବୀମା କଭର କରିବାକୁ ଚାହିଁବେ ତେବେ ସମସ୍ତ ନିୟମ ସହ ଆବେଦନ କରିବାକୁ ହେବେ । ଏହି ବୀମା ରାଶି ଅତି କମ୍‌ରେ ୨ ଲକ୍ଷ ଏବଂ ଅତି ବେଶିରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ରହିବ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗୋଲ୍ଡ ଏବଂ ପ୍ରାଇଡ୍ ଡେବିଟ୍ କାର୍ଡରେ ୬ ଲକ୍ଷ ଟଙ୍କାର ଜୀବନ ବୀମା ପ୍ରଦାନ କରାଯାଉଛି। କିନ୍ତୁ ଯଦି ପ୍ଲାଟିନିୟମ୍ ଏବଂ ପ୍ରିମିୟମ୍ ଡେବିଟ୍ କାର୍ଡ ଥାଏ ତେବେ ଜୀବନ ବୀମା ୫ ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ରହିବ । ସେହିଭଳି DSB ବ୍ୟାଙ୍କ ଡେବିଟ୍ କାର୍ଡରେ ବୀମା ବାବଦକୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ମିଳୁଛି ।

ଜାଣନ୍ତୁ କେମିତି କରିବେ କ୍ଲେମ୍‌?

ଡେବିଟ୍ କାର୍ଡରେ ଉପଲବ୍ଧ ଜୀବନ ବୀମା କ୍ଲେମ୍‌ ମୁଖ୍ୟତଃ ବ୍ୟାଙ୍କଗୁଡିକ ଉପରେ ନିର୍ଭର କରିଥାଏ । ଯେତେବେଳେ କାର୍ଡଧାରୀଙ୍କର ଦେହାନ୍ତ ହୁଏ, ସେତେବେଳେ ନାମାଙ୍କନକାରୀ (Nominee)ଙ୍କୁ ବ୍ୟାଙ୍କକୁ ଯାଇ ଏହି ସୂଚନା ଦେବାକୁ ପଡିବ । ଏହି ପ୍ରକ୍ରିୟା କେବଳ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପ୍ତ କରିବାକୁ ପଡିବ ।

ଜାଣନ୍ତୁ କେଉଁ ଡକ୍ୟୁମେଣ୍ଟ୍ ଆବଶ୍ୟକ?

ଡେବିଟ୍ କାର୍ଡରେ ଉପଲବ୍ଧ ଜୀବନ ବୀମା କ୍ଲେମ୍ କରିବା ପାଇଁ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଦେବାକୁ ପଡିବ । ଯେପରିକି ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ମୃତ୍ୟୁ ପ୍ରମାଣପତ୍ର, ଆକାଉଣ୍ଟଧାରୀଙ୍କ ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ନିହାତି ଆବଶ୍ୟକ ।

You might also like