୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଅଭିଯୋଗ

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଅଭିଯୋଗ।

ନବରଙ୍ଗପୁର : ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଅଭିଯୋଗ। ମୃତକ ହେଲେ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଭାଲୁଡଙ୍ଗରି ଗାଁ ର ୫୫ ବର୍ଷୀୟ ସତ୍ୟ ଭତରା ବୋଲି ସୂଚନା ମିଳିଛି ।  ସକାଳୁ ସତ୍ୟ  ଗାଁ ନିକଟ କାଜୁ ବାଡ଼ ରେ ଶୌଚ ହେବାପାଇଁ ଯାଇଥିବା ବେଳେ  ୧୧ କେଭିର ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ହିଁ ମୃତ୍ୟ ବରଣ କରିଛନ୍ତି । ୧୧ କେଭି ତାର ଛିଣ୍ଡି  ଝୁଲୁଥିଲା ଯାହା ସେ ଜାଣି ପାରି ନଥିଲେ ତେଣୁ ତାଙ୍କର ମୃତ୍ୟ ଘଟିଛି । ଏଥି ପାଇଁ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଅବହେଳା  ଦାୟୀ ବୋଲି ଅଭିଯୋଗ କରୁଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ କୋଡ଼ିଙ୍ଗା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.