Below header

ବେଆଇନ ଗଛ କାଟିବା ଅଭିଯୋଗରେ ୧୦ ଗିରଫ

ଘଟଗାଁ (କେନ୍ୟୁଜ) : ଜଙ୍ଗଲରୁ ବେଆଇନ ଗଛ କାଟିବା ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରିଛି ଘଟଗାଁ ବନ ବିଭାଗ l ସୂଚନା ଅନୁସାରେ ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ପାଲବଣି, ଓ ମେଳାନ ଗ୍ରାମର କିଛି ଲୋକ ନିକଟସ୍ତ ଅଟେଇ ସଂଗ୍ରଖିତ ଜଙ୍ଗଲର ନଦୀକୂଳକୁ ଲାଗି ପାଖାପାଖି ୫ ଏକର ଜଙ୍ଗଲରେ ଥିବା ୪୦ ରୁ ଉର୍ଦ୍ଧ ବଡ଼ ଗଛ, ଓ ୧୫୦ରୁ ଉର୍ଦ୍ଧ ଛୋଟ ଗଛକୁ ବେଆଇନ ଭାବେ କାଟି ଜଙ୍ଗଲରେ ପକାଇଥିଲେ l

ଘଟଗାଁ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚିଥିଲା । ମେଲାଣ ଗ୍ରାମ ପାଲବଣି ସାହିର ମରାମୁଣ୍ଡା, ଉଦୟ ମୁଣ୍ଡା, ଲକ୍ଷ୍ମନ ମାଝୀ, ଦିଲ୍ଲୀପ ମାଂକଡ଼ିଆ, କୁତୁଲ ମୁଣ୍ଡା, ସୁରଜ ମାଂକଡ଼ିଆ, ଦଶରଥ ସରେନ, କୁଅଁର ମାରାଣ୍ଡି, ଅନନ୍ତ ମୁର୍ମୁ ଓ ରବି ଲୋହାରଙ୍କୁ ବନାଞ୍ଚଳ ଅଧିକାରୀ ପ୍ରଭାତ କୁମାର କୁଅଁରଙ୍କ ନେତୃତ୍ୱରେ ବନ କର୍ମଚାରୀ ଓ ପାରା ଫରେଷ୍ଟ ଷ୍ଟାଫଙ୍କ ମିଳିତ ଚଢ଼ାଉରେ ସେମାନଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.