ଆସନ୍ତା ବର୍ଷ OTT ପ୍ଲାଟଫର୍ମରେ ରିଲିଜ୍‌ ହେବ ଭିକ୍କି-କ୍ୟାଟ୍ରିନାଙ୍କ ବିବାହ, ଆମାଜନ ପ୍ରାଇମ୍‌ ସହ ୮୦ କୋଟିର ଚୁକ୍ତି!

ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ବିବାହକୁ ନେଇ ଏକ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି। ଏହି ଚର୍ଚ୍ଚିତ ଯୋଡ଼ି ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହେବା ପରେ ଏବେ ବଲିଉଡ୍‌ର ନୂଆ ପାୱାର୍ କପଲ୍‌ ହୋଇ ଯାଇଛନ୍ତି। ବିବାହର କିଛି ଫଟୋକୁ ଭିକ୍କି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ତେବେ ବିବାହ ପୂର୍ବରୁ ହୋଇଥିବା ସମାରୋହର ଫଟୋ ଏବଂ ଭିଡିଓ ଦେଖିବା ପାଇଁ ସେମାନଙ୍କ ପ୍ରଶଂସକମାନେ ବହୁତ ଉତ୍ସାହର ସହ ଅପେକ୍ଷା କରିଥିଲେ। କିନ୍ତୁ ବିବାହ ସ୍ଥଳରୁ ଗୋଟିଏ ବି ଫଟୋ ସାମ୍ନାକୁ ଆସିପାରି ନ ଥିଲା। ଏବେ ଭିକ୍କି ଫଟୋ ସେୟାର କରିବା ପରେ ଫ୍ୟାନମାନେ ଏହି ଯୋଡ଼ିକୁ ବିବାହ ପୋଷାକରେ ଦେଖିବାକୁ ପାଇଛନ୍ତି। ତେବେ ଫଟୋ ଏବଂ ଭିଡିଓଗୁଡ଼ିକୁ ପ୍ରାଇଭେସୀ ରଖାଯିବା ପଛରେ ଏକ ବଡ଼ କାରଣ ରହିଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି କି, ଭିକ୍କି ଓ କ୍ୟାଟ୍ରିନାଙ୍କ ବିବାହର ଭିଡିଓ OTT ପ୍ଲାଟଫର୍ମରେ ପ୍ରସାରଣ ହେବ। ଏଥିପାଇଁ ଏକ ବଡ ଚୁକ୍ତି ମଧ୍ୟ ହୋଇଛି।

୮୦ କୋଟିରେ ହୋଇଛି ଡିଲ୍‌

ଏକ ରିପୋର୍ଟ ମୁତାବକ, କ୍ୟାଟ୍ରିନା ଓ ଭିକ୍କି ନିଜ ବିବାହର ଟେଲିକାଷ୍ଟ ରାଇଟ୍‌ସର ଚୁକ୍ତି OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ସହିତ କରିଛନ୍ତି। ଏହି ଚୁକ୍ତିରୁ ଭିକ୍କି ଓ କ୍ୟାଟ୍ରିନା ମୋଟା ଅଙ୍କର ଟଙ୍କା ରୋଜଗାର କରିଛନ୍ତି। ରିପୋର୍ଟ ଅନୁଯାୟୀ, ଚୁକ୍ତି ୮୦ କୋଟିରେ ହୋଇଛି। ଏହି ଚୁକ୍ତି କାରଣରୁ ହିଁ କ୍ୟାଟ୍ରିନା ଓ ଭିକ୍କି ନିଜ ଅତିଥିଙ୍କଠାରୁ ଏନଡିଏ ଦସ୍ତଖତ କରେଇ ନେଇଛନ୍ତି, ଯେପରି ସେମାନଙ୍କ ଦ୍ୱାରା ବିବାହର କୌଣସି ବି ଫଟୋ OTT ପ୍ଲାଟଫର୍ମ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେବ ନାହିଁ।

ଆସନ୍ତା ବର୍ଷ ରିଲିଜ୍ ହେବ ଭିଡିଓ

ରିପୋର୍ଟ ଅନୁଯାୟୀ, ଭିକ୍କି ଓ କ୍ୟାଟ୍ରିନାଙ୍କ ବିବାହ ଭିଡିଓକୁ ବର୍ଷ ୨୦୨୨ରେ ଡିଜିଟାଲ ପ୍ଲାଟଫର୍ମରେ ହିଁ ରିଲିଜ୍‌ କରାଯିବ। ଏଥିରେ ସେମାନଙ୍କ ନିର୍ବନ୍ଧଠାରୁ ଆରମ୍ଭ କରି ରାଜସ୍ଥାନରେ ହୋଇଥିବା ବିବାହର ସମସ୍ତ ରୀତିନୀତି ପ୍ରଦର୍ଶିତ ହେବ। ଆଶ୍ଚର୍ଯ୍ୟର କଥା ହେଉଛି କି, ୨୦୧୯ରେ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନାସ୍‌ ମଧ୍ୟ ନିଜ ବିବାହର ସିରିଜ୍‌ ପାଇଁ OTT ପ୍ଲାଟଫର୍ମ ସହିତ ଏକ ଚୁକ୍ତି କରିଥିଲେ। ଭିକ୍କି ଓ କ୍ୟାଟ୍ରିନାଙ୍କ ବିବାହରେ ୧୨୦ ଅତିଥି ଯୋଗ ଦେବାର ଥିଲା। ତେବେ ବିବାହର ସମସ୍ତ କାର୍ଯ୍ୟକ୍ରମ ସାୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟ ବାରୱାରାରେ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିବାହ ପରେ ଉଭୟେ ମୁମ୍ବାଇରେ ଗ୍ରାଣ୍ଡ ରିସେପସନ୍ ପାର୍ଟି ଦେବେ ବୋଲି ସୂଚନା ମିଳିଛି।

 

View this post on Instagram

 

A post shared by Vicky Kaushal (@vickykaushal09)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.