ଅଭିନେତା ମିହିର ଦାସଙ୍କ ଅବସ୍ଥା ସଙ୍କଟାପନ୍ନ, ମଲ୍ଟି ଅର୍ଗାନ ଫେଲ୍ୟୁୟର ଭଳି ଅବସ୍ଥା ଥିବା କହିଲେ ଡାକ୍ତର

ଭୁବନେଶ୍ବର(କେନ୍ଯୁଜ୍): ଅଭିନେତା ମିହିର ଦାସ ଗୁରୁତର। କିଡ୍‌ନୀ ରୋଗରେ ପୀଡ଼ିତ ହୋଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ଗତକାଲି କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କର ମଲ୍‌ଟି ଅର୍ଗାନ ଫେଲ୍ୟୁୟର ଭଳି ଅବସ୍ଥା ଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର।

ତାଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଉଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ମିହିରଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପଚାରିବୁଝିଛି ଓଡ଼ିଶା ସିନେ କଳାକାର ସଂଘର୍ଷ। ସେ ଜଣେ ଯୋଦ୍ଧା। ତାଙ୍କୁ ଖୁବ ଶୀଘ୍ର ଭଗବାନ ଆରୋଗ୍ୟ କରିଦିଅନ୍ତୁ ବୋଲି କହିଛନ୍ତି ଅଭିନେତା ଶ୍ରୀତମ ଦାସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.