SBI ଆଲର୍ଟ: ଆସନ୍ତାକାଲି ୩୦୦ ମିନିଟ୍‌ ବନ୍ଦ ରହିବ ଏସବିଆଇର ସମସ୍ତ ଇଣ୍ଟରନେଟ୍‌ ସେବା

SBI ୟୁଜର୍ସଙ୍କ ପାଇଁ ସତର୍କ ସୂଚନା। ଆପଣ ଯଦି ଏସବିଆଇର ଗ୍ରାହକଙ୍କ ଅଟନ୍ତି, ତେବେ ଆସନ୍ତାକାଲି କରିବାକୁ ଥିବା ଆଜି ହିଁ କରିନିଅନ୍ତୁ। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୟୁଜର୍ସଙ୍କ ପାଇ ଆସନ୍ତାକାଲି ବନ୍ଦ ରହିବ ଇଣ୍ଟରନେଟ ବ୍ୟାଙ୍କିଂ ସେବା। ଆସନ୍ତାକାଲି ଏସବିଆଇ ଗ୍ରାହକ କୌଣସି ଇଣ୍ଟରନେଟ ସେବା ଯଥା YONO, YONO Lite, UPI ପେମେଣ୍ଟ କରିପାରିବେ ନାହିଁ। ତେଣୁ ନିଜ ୟୁଜର୍ସଙ୍କ ପାଇଁ ଏସବିଆଇ ଜରୁରୀ ସୂଚନା ଦେଇଛି। ଏହାଛଡା ଆସନ୍ତାକାଲି ଦ୍ୱିତୀୟ ଶନିବାର ଏବଂ ତା’ ପର ଦିନ ରବିବାର ରହିଥିବାରୁ କୌଣସି ବ୍ୟାଙ୍କିଂ କାମ କରିହେବ ନାହିଁ।

SBI ଇଣ୍ଟରନେଟ ବ୍ୟାଙ୍କିଂ ସେବା ବନ୍ଦ ରହିବା କାରଣରୁ କୌଣସି ପ୍ରକାର ବ୍ୟାଙ୍କିଂ ସେବା ପାଇପାରିବେ ନାହିଁ ୟୁଜର୍ସ। ଶନିବାର ଏବଂ ରବିବାର ଦୁଇଦିନ ଧରି ୩୦୦ ମିନିଟ୍‌ ବନ୍ଦ ରହିବ ସେବା। ବ୍ୟାଙ୍କିଂ ସେବାର ମେଣ୍ଟନାନ୍ସ ପାଇଁ ପାଇଁ ବନ୍ଦ ରହିବ। ଯେଉଁ ଗ୍ରାହକ ମାନେ YONO ଉପରେ ଅନଲାଇନ୍ ପେମେଣ୍ଟ କିମ୍ବା ବ୍ୟାଙ୍କ ସମ୍ବନ୍ଧୀୟ କିଛି କାର୍ଯ୍ୟ ରହିଛି ତେବେ ଏହାକୁ ଖୁବ ଶୀଘ୍ର ସାରି ଦିଅନ୍ତୁ ।

ଏ ନେଇ ଏସବିଆଇ ନିଜ ଟ୍ଵିଟର ଆକାଉଣ୍ଟରେ ପୋଷ୍ଟ କରିଛି। ଆସନ୍ତାକାଲି ଅର୍ଥାତ୍‌ ୧୧ ତାରିଖ ରାତି ୧୧.୩୦ ମିନିଟରୁ ଭୋର ୪.୩୦ ମିନିଟ୍‌ ପର୍ଯ୍ୟନ୍ତ ବନ୍ଦ ରହିବ। ବ୍ୟାଙ୍କିଂ ସେବାରେ ବାଧା ଆସିବା ଯୋଗୁଁ ଗ୍ରାହକ ସହଯୋଗ କରିବା ପାଇଁ ଅନୁରୋଧ କରିଛି ଏସବିଆଇ।

sbi

ଏହାପୂର୍ବରୁ ସେପ୍ଟେମ୍ବର ୪ ରେ ମେଣ୍ଟେନାନ୍ସ କାର୍ଯ୍ୟ ହେତୁ SBI ର YONO ସେବା ପ୍ରାୟ ୩ ପାଇଁ ଘଣ୍ଟା ବନ୍ଦ ରହିଥିଲା । ଏହା ବ୍ୟତୀତ ୧୫ ସେପ୍ଟେମ୍ବରରେ ସେବା ମଧ୍ୟ ବନ୍ଦ ରହିଥିଲା। ଜୁଲାଇ ଏବଂ ଅଗଷ୍ଟ ମାସରେ ମଧ୍ୟ ଏସବିଆଇ ମେଣ୍ଟେନାନ୍ସ କାରଣରୁ ବ୍ୟାଙ୍କିଙ୍ଗ ସେବା ବନ୍ଦ କରିଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.