Below header

ରାଜ୍ୟ କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବରେ ବାଜିଲା ମୋହର । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ବାଗ୍‌ଚି-ଶ୍ରୀଶଙ୍କର କର୍କଟ ହସପିଟାଲ ଓ ଗବେଷଣା କେନ୍ଦ୍ର । ଏଥିପାଇଁ ସୁବ୍ରତ ବାଗ୍‌ଚି ଓ ସୁସ୍ମିତା ବାଗ୍‌ଚି ୨୧୦ କୋଟି ଟଙ୍କା ସହାୟତା ପ୍ରଦାନ କରିବେ । ଭୁବନେଶ୍ୱର ଇନଫୋସିଟି-ଟୁ ନିକଟରେ ୨୦ ଏକର ଜମିରେ ଏହାକୁ ପ୍ରତିଷ୍ଠା କରାଯିବ । ୨୦୨୪ ଜାନୁଆରୀ ସୁଦ୍ଧା ୨୫୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସପିଟାଲ କାର୍ଯ୍ୟକ୍ଷମ ହେବ । ପରିବର୍ତ୍ତୀ ସମୟରେ ଶଯ୍ୟା ସଂଖ୍ୟା ୫ଶହକୁ ବୃଦ୍ଧି ହେବ ।

ସେହିପରି ବାଗ୍‌ଚି-କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ । ପ୍ରଥମ ଥର ପାଇଁ ଏହି ପାଲିଏଟିଭ କେୟାର ହସପିଟାଲ ପ୍ରତିଷ୍ଠା ହେବାକୁ ଯାଉଛି । ହସ୍‌ପିସ୍‌ ଆଧାରିତ ପାଲିଏଟିଭ ବ୍ୟତୀତ ଘରୋଇ ପାଲିଏଟିଭ କେୟାର ମଧ୍ୟ ଯୋଗାଇବ । ଏଥିପାଇଁ ସୁବ୍ରତ ବାଗ୍‌ଚୀ ଓ ସୁସ୍ମିତା ବାଗ୍‌ଚୀ ୧୩୦ କୋଟି ଟଙ୍କା ଦେବେ । ଇନଫୋ ଭ୍ୟାଲି ନିକଟରେ ୨୦ ଏକର ଜମି ଯୋଗାଇ ଦେବେ ଓଡ଼ିଶା ସରକାର । ପ୍ରଥମେ ଶହେ ଶଯ୍ୟା ସହ ରୋଗୀ ସେବା ଆରମ୍ଭ ହେବ । ରୋଗୀଙ୍କୁ ଶତପ୍ରତିଶତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।

bagchiସେହିପରି ଆଜି କ୍ୟାବିନେଟ ବୈଠକରେ ଜିଲ୍ଲା ଜଜଙ୍କ କ୍ୟାଡରରେ ନିଯୁକ୍ତି ପ୍ରକ୍ରିୟାକୁ ସହଜ କରିବା ଓ ନିଯୁକ୍ତି ବର୍ଷରେ ଅଧିକାରୀଙ୍କ ବରିଷ୍ଠତା ପଦ୍ଧତିକୁ ସ୍ଥିର କରିବା ପାଇଁ OSJS ଏବଂ OJS ନିୟମାବଳୀରେ ସଂଶୋଧନ କରାଯିବ । ଏହାଦ୍ୱାରା ନିଯୁକ୍ତି ବର୍ଷ ଅଗଷ୍ଟ ପହିଲା ପରିବର୍ତ୍ତେ ଏପ୍ରିଲ ୧କୁ ଧରାଯିବ । ଅନୁସୂଚିତ ଜାତି-ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଅନେ୍ଵଷା କାର୍ଯ୍ୟକ୍ରମ ଜାରି ରହିବ । ଯୋଜନାକୁ ସଫଳତା ମିଳିଥିବାରୁ ଆଗାମୀ ୫ ବର୍ଷ ଲାଗି ଏହାକୁ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ ଅନୁମୋଦନ କରିଛି । ଓଡ଼ିଶା ୱେଲଫେୟାର ସର୍ଭିସ ରୁଲ-୧୯୯୨ରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ଲାଭ କରିଛି। ଓଡ଼ିଶା ଖଣିଜ ପଦାର୍ଥ ଅଧିନିୟମ-୨୦୦୭ରେ ସଂଶୋଧନକୁ ବୈଠକରେ ଅନୁମୋଦନ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.