Below header

ପ୍ରଧାନମନ୍ତ୍ରୀଙ୍କୁ ବ୍ୟବସାୟୀଙ୍କ ପରାମର୍ଶ, ଲକ୍‌ଡାଉନ୍‌ ଓ କର୍ଫ୍ୟୁର ବିକଳ୍ପ ଚୟନ କରନ୍ତୁ ସରକାର

କରୋନା ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ କିମ୍ବା ନାଇଟ୍‌ କର୍ଫ୍ୟୁ ଲାଗୁ ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବାଣିଜ୍ୟିକ ସଂଗଠନ ଅଖିଳ ଭାରତୀୟ ବ୍ୟବସାୟୀ ମହାସଂଘ(କ୍ୟାଟ୍‌)। ରବିବାର ଦିନ ଏନେଇ କ୍ୟାଟ୍‌ ତରଫରୁ ମୋଦିଙ୍କୁ ଅନୁରୋଧ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ସମୟରେ କାମ କରିବାକୁ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି।

କ୍ୟାଟ୍‌ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ପଠାଯାଇଥିବା ଚିଠିରେ ଲେଖାଯାଇଛି, କରୋନା ମାମଲା ଉପରେ ଅଙ୍କୁଶ ଲଗାଇବାରେ ନାଇଟ୍‌ କର୍ଫ୍ୟୁ କିମ୍ବା ଲକ୍‌ଡାଉନ୍‌ ଏତେଟା ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରିନାହିଁ। ଏଭଳି ସ୍ଥିତିରେ ଏହାର ଏକ ବିକଳ୍ପ ଚୟନ କରାଯିବ ଆବଶ୍ୟକ। ଏଥିପାଇଁ ଜିଲ୍ଲାସ୍ତରରେ ସବୁ ଅଫିସର କାମ କରିବା ସମୟକୁ ଭିନ୍ନ ଭିନ୍ନ ରଖିବାକୁ ସଂଘ ତରଫରୁ ପରାମର୍ଶ ଦିଆଯାଇଛି।

କ୍ୟାଟ୍‌ର ମହାସଚିବ ପ୍ରବୀଣ ଖଣ୍ଡେଲଓ୍ଵାଲ କହିଛନ୍ତି, ଗତ ସପ୍ତାହରେ ଲାଗୁ ହୋଇଥିବା ନାଇଟ୍‌ କର୍ଫ୍ୟୁ ଯୋଗୁ କରୋନା ସ୍ଥିତିରେ କିଛି ପ୍ରଭାବ ପଡ଼ିନାହିଁ। ବରଂ ପଜିଟିଭ୍‌ ସଂଖ୍ୟା ଆହୁରି ବୃଦ୍ଧି ପାଇଛି। ଏଣୁ ଏହା ପ୍ରଭାବଶାଳୀ ନୁହେଁ। ଏହା ଦ୍ୱାରା ବ୍ୟବସାୟ ବାଣିଜ୍ୟରେ ସମସ୍ୟା ଉପୁଜୁଛି। ଏଣୁ ଅଫିସଗୁଡ଼ିକୁ ସକାଳ ୮ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଓ ଦୋକାନଗୁଡ଼ିକୁ ଦିନ ୧୧ରୁ ସନ୍ଧ୍ୟା ୫ଟା ଯାଏଁ ଖୋଲିବାକୁ ଅନୁମତି ଦିଆଯାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.