ଦାଉ ସାଜିଛି ଦଇବ: ଯନ୍ତ୍ରଣାରେ ଛଟ ପଟ ହୋଇ ଜୀବନ ବିତାଉଛନ୍ତି ବୃଦ୍ଧା

ବାଂଶପାଳ: ଦାଉ ସାଜିଛି ଦଇବ। ସାତ ବର୍ଷ ତଳେ ସ୍ୱାମୀ ଚାଲିଗଲା ପରେ ପୁଅ ବୋହୂ ପର କରିଦେଲେ । ଫଳରେ ପର ଘରେ ଆଶ୍ରୟ ନେଉଥିଲେ ଡମଣି। କିନ୍ତୁ ଏତିକିରେ ମନ ବୁଝିଲାନି ପୁଣି ଦୁଃଖ ପରେ ଦୁଃଖ ଦେଇଚାଲିଲା ଦଇବ । ମୂଲ ମଜୁରୀ କରି ପେଟ ପୋଷୁଥିବା ଡମଣିଙ୍କର ହଠାତ ଯୌନାଙ୍ଗରେ ଘା ଆରମ୍ଭ ହେଲା। ପରେ ପରେ ଏହା ଜଟିଳ ହୋଇ ପୋକ ହେବାକୁ ଲାଗିଲା। ଫଳରେ ଯାହାଙ୍କ ଘରେ ଆଶ୍ରୟ ନେଇଥିଲେ ସେ ତାଙ୍କୁ ଏପରି ଅବସ୍ଥାରେ ଘରୁ ତଡିଦେଲେ।

ପରବର୍ତୀ ସମୟରେ ଗାଁ ଲୋକଙ୍କ ଉଦ୍ୟମରେ ପଲିଥିନ ଟାଣି ତାଙ୍କ ପାଇଁ ଏକ ଆଶ୍ରୟସ୍ଥଳୀ କରାଯାଇଥିଲା। ହେଲେ ଦିନକୁ ଦିନ ଡମଣିଙ୍କ ଅବସ୍ଥା ଏପରି ଖରାପ ହେବାରୁ ଗ୍ରାମବାସୀ ମଧ୍ଯ ତାଙ୍କୁ ଗ୍ରାମରୁ ବାସନ୍ଦ କରିଦେଇଛନ୍ତି। ପୁଅ ବୋହୂ ଘରୁ ତଡ଼ି ଦେବା ସହ ଗ୍ରାମବାସୀ ବାସନ୍ଦ କରିବାରୁ ଅତି ଦୟନୀୟ ଅବସ୍ଥାରେ ପାଲ ତଳେ ପଡି ରହିଛନ୍ତି। ଏବେ ଡମଣିଙ୍କୁ ଏକ ମାତ୍ର ଭରଷା ସରକାରୀ ଚିକିତ୍ସା। ତେବେ ପ୍ରଶାସନ ଡମଣିଙ୍କ ପାଖରେ ପହଂଚି ସହାୟତା ଯୋଗଇଦେବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ଖୁବଶୀଘ୍ର ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.