ଚୀନ୍‌ରେ ଭିକାରୀମାନେ ବି ରଖୁଛନ୍ତି ଅନ୍‌ଲାଇନ୍‌ ପେମେଣ୍ଟ ସୁବିଧା, ଇ-ଓ୍ଵାଲେଟ୍‌ରେ ନେଉଛନ୍ତି ଭିକ

ଗୋଟେ ପଟେ ଚୀନ୍‌ ନିଜ ଦେଶରେ ଗରିବ ଲୋକଙ୍କ ସଂଖ୍ୟା ଶୂନ ହୋଇଥିବା ଦାବି କରୁଥିବା ବେଳେ ଅନ୍ୟପଟେ ସେଠାକାର ଭିକାରୀମାନେ ଧୀରେ ଧୀରେ ଅଧିକ ଆଧୁନିକ ହୋଇ ଯାଉଛନ୍ତି। ସେଠାକାର ଭିକାରୀମାନେ ଇ-ଓ୍ଵାଲେଟ୍‌ ଜରିଆରେ ଭିକ ମାଗି ମାସକୁ ହଜାର ହଜାର ଟଙ୍କା ରୋଜଗାର କରୁଥିବା ଦେଖିବାକୁ ମିଳିଛି।

ଚୀନ୍‌ରେ ଉନ୍ନତମାନର ପ୍ରଯୁକ୍ତିବିଦ୍ୟା ବ୍ୟବହୃତ ହେଉଥିବାରୁ ସେଠାକାର ଲୋକମାନେ ଆଉ ହାତରେ କ୍ୟାସ୍‌ ନେଇ ଯାଉନାହାନ୍ତି। ସେମାନେ ସବୁ ସ୍ଥାନରେ ଅନ୍‌ଲାଇନ୍‌ ପେମେଣ୍ଟ କରୁଛନ୍ତି। ଏଭଳି ସ୍ଥିତିରେ ଭିକାରୀମାନେ ଲୋକଙ୍କୁ ଟଙ୍କା ମାଗିଲେ ସେମାନେ ଦେଇପାରୁନଥିଲେ। ଏହା ଦେଖି ଭିକାରୀମାନେ ବି ଏବେ ଟେକ୍ନୋଲୋଜି ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଚୀନ୍‌ର ଭିକାରୀମାନେ ଏବେ କ୍ୟୁଆର କୋଡ୍‌ ମାଧ୍ୟମରେ ଭିକ ନେଉଥିବା ଦେଖାଯାଇଛି। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ତେବେ ଏହି ବିଷୟରେ ଭାରତୀୟ କୋର୍ଟରେ ଏକ ପିଟିସନ୍‌ ଦାଖଲ କରାଯାଇଛି। ରିପୋର୍ଟ ମୁତାବକ, ସୁପ୍ରିମ୍‌କୋର୍ଟ କେନ୍ଦ୍ର ସମେତ କେତେକ ରାଜ୍ୟଠାରୁ ଏକ ପିଟିସନ୍‌ ଉପରେ ଜବାବ ମାଗିଛନ୍ତି। ପିଟିସନ୍‌ରେ ଭିକ ମାଗିବାକୁ ଅପରାଧିକ ଶ୍ରେଣୀରୁ ହଟାଇବାକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି। ପିଟିସନ୍‌କାରୀ କହିଛନ୍ତି, ଯଦି ଭିକ ମାଗିବା ଅପରାଧ ହୋଇଯିବ ତେବେ ଲୋକଙ୍କ ପାଖରେ ଅପରାଧୀ ହେବା କିମ୍ବା ଭୋକରେ ମରିବା ଛଡ଼ା ଆଉ କିଛି ବିକଳ୍ପ ରହିବ ନାହିଁ। ଏଣୁ ଏହି ନିୟମକୁ ପ୍ରଣୟନ ନ କରିବାକୁ ସେ ପିଟିସନ୍‌ ଦାଖଲ କରିଛନ୍ତି। ଏହି ମାମଲାରେ କୋର୍ଟ ୫ଟି ରାଜ୍ୟଠାରୁ ଜବାବ ମାଗିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୧ର ଜନଗଣନାରେ ଦେଶରେ ମୋଟ ଭିକାରୀ ସଂଖ୍ୟା ୪,୧୩, ୬୭୦ ଥିବା ବେଳେ ଏବେ ଏହି ସଂଖ୍ୟା ଆହୁରି ବଢ଼ିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.