Below header

ମଣିପୁରରୁ ଓଡ଼ିଶା ଫେରିଲେ ୧୦ ଛାତ୍ରଛାତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ଧନ୍ୟବାଦ

ମଣିପୁରରୁ ଫେରିଲେ ଓଡ଼ିଆ । ହିଂସାକାଣ୍ଡ ପରେ ସେଠାରେ ଫସିଥିବା କିଛି ଛାତ୍ରଛାତ୍ରୀ ଆଜି ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱରରେ ପହଞ୍ଚିଛନ୍ତି ୧୦ ଛାତ୍ରଛାତ୍ରୀ ।

(କେନ୍ୟୁଜ): ମଣିପୁରରୁ ଫେରିଲେ ଓଡ଼ିଆ । ହିଂସାକାଣ୍ଡ ପରେ ସେଠାରେ ଫସିଥିବା କିଛି ଛାତ୍ରଛାତ୍ରୀ ଆଜି ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱରରେ ପହଞ୍ଚିଛନ୍ତି ୧୦ ଛାତ୍ରଛାତ୍ରୀ । ସେମାନଙ୍କ ଭିତରେ ଅଛନ୍ତି ୩ ଜଣ ଝିଅ ଓ ୭ ଜଣ ପୁଅ । ମଣିପୁରରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ଧନ୍ୟବାଦ ଜଣାଇଲେ ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ସବୁ ଛାତ୍ରଛାତ୍ରୀଙ୍କୁ ସେଠାକାର ସ୍ଥିତି ବିଷୟରେ ପଚାରି ବୁଝିଥିଲେ । ରାଜ୍ୟ ସରକାର ସେମାନଙ୍କ ସହ ସବୁବେଳେ ଥିବା କହିଥିଲେ ଦେଇଥିଲେ ।

ଓଡ଼ିଶା ଫେରନ୍ତା ଛାତ୍ରଛାତ୍ରୀ ମାନେ ଇମ୍ଫାଲ ବିଶ୍ୱବିଦ୍ୟାଳୟରେ ସେମାନେ ପଢୁଥିଲେ । ଦଙ୍ଗା ଯୋଗୁ ସେଠାରେ ଫସି ରହିଥିଲେ । ସେମାନଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବାକୁ ପଦକ୍ଷେପ ନେଇଥିଲେ ରାଜ୍ୟ ସରକାର । ଇମ୍ଫାଲରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବହୁ ଓଡ଼ିଆ ଛାତ୍ରଛାତ୍ରୀ ପଢୁଛନ୍ତି । ସେଠାକାର ଅଶାନ୍ତ ସ୍ଥିତି ପରେ ସେମାନେ ଚିନ୍ତିତ ହୋଇ ପଡିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.