Below header

ମେ’ ଶେଷ ଆଡକୁ ପ୍ରକାଶ ପାଇବ ମ୍ୟାଟ୍ରିକ୍ ଓ +୨ ପରୀକ୍ଷା ଫଳ ! ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ମେ' ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ଫଳ । ସେହିପରି ମେ ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଖୁବ ଶୀଘ୍ର ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବା ନେଇ ତାରିଖ ଘୋଷଣା କରାଯିବ ।

(କେନ୍ୟୁଜ): ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ଫଳ । ସେହିପରି ମେ ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଖୁବ ଶୀଘ୍ର ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବା ନେଇ ତାରିଖ ଘୋଷଣା କରାଯିବ । ଯଦିଓ ପରୀକ୍ଷାଫଳ ତାରିଖ ନିର୍ଦ୍ଧାରିତ ହୋଇନାହିଁ, କିନ୍ତୁ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ। ଏଦିଗରେ ବୋର୍ଡ ଓ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟ କରୁଛନ୍ତି। ଖାତା ଦେଖା ସରିଯାଇ ଆନୁସଙ୍ଗିକ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥବା ହେତୁ ଏପରି କୁହାଯାଉଛି।

ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଚାଲିଛି। ଖାତାଦେଖାରେ ପ୍ରାୟ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ନିୟୋଜିତ ରହିଥିଲେ । ଏପ୍ରିଲ ୩ ତାରିଖରୁ ଖାତାଦେଖା ଆରମ୍ଭ ହୋଇଥିଲା । ମାଟ୍ରିକ୍‌ ରେଗୁଲାର, ଏକ୍ସରେଗୁଲାର ସହ ଏସ୍‌ଓଏସ୍‌ସି ଓ ସଂସ୍କୃତ ମଧ୍ୟମା ପରୀକ୍ଷା ମିଶି ରାଜ୍ୟରେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ୩ ହଜାର ୨୧୮ଟି ସେଣ୍ଟରରେ ଏଥର ପରୀକ୍ଷା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.