Below header

ନାବାଳିକା ଦୁଷ୍କର୍ମକାରୀକୁ ୧୦ବର୍ଷ କାରାଦଣ୍ଡାଦେଶ ଓ ୨୦ ହଜାର ଜରିମାନା, ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

କଟକ (କେନ୍ୟୁଜ): ୨୦୧୮ ମସିହା ମେ ମାସରେ କଟକ ପ୍ରେସ ଛକ ବରଫ ଦୋକାନରେ ୧୧ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଆସାମୀ ଜଗବନ୍ଧୁ ମହାପାତ୍ରକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ଆଡ଼ହକ ଫାଷ୍ଟ ଟ୍ରାକ ପୋକସୋ କୋର୍ଟ। ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ପିଡ଼ିତାକୁ କ୍ଷତିପୂରଣ ବାବଦରେ ଆଇନ ଅନୁଯାୟୀ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଦିଆଯିବ ଏହି କ୍ଷତିପୂରଣ। ପିଡ଼ିତାକୁ ୧୮ ବର୍ଷ ହେବା ପର୍ଯ୍ଯନ୍ତ ଏହି ଟଙ୍କା ବ୍ଯାଙ୍କରେ ଫିକ୍ସ ଡିପୋଜିଟ ଆକାରରେ ରହିବ।

୨୦୧୮ ମେ ୧୭ ତାରିଖରେ କଟକ ମଧୁପାଟଣା ଥାନା ଅଂଚଳରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା। ଏ ନେଇ ପିଡ଼ିତାର ମାଙ୍କ ଅଭିଯୋଗ କ୍ରମେ ମହିଳା ଥାନାରେ ଏହି ଘଟଣାର ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ସେତେବେଳର ତଦନ୍ତକାରୀ ଅଧିକାରୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଏହି ଘଟଣାର ତଦନ୍ତ କରିଥିଲେ। ୧୯ ଜଣ ସାକ୍ଷୀଙ୍କ ବୟାନ ଓ ୨୨ ଟି ତଥ୍ଯ ପ୍ରମାଣକୁ ଆଧାର କରି କଟକ ଆଡ଼ହକ ଫାଷ୍ଟ ଟ୍ରାକ ପୋକସୋ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସ୍‌ୱତନ୍ତ୍ର ପବ୍ଲିକ ପ୍ରୋସେକ୍ଯୁଟର ବିଶ୍ୱଜିତ ରାୟ ଏହି ମାମଲାର ପରିଚାଳନା କରୁଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.