Below header

ଫୁଲବାଣୀରେ ଶହେ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ହେବ ପ୍ରତିଷ୍ଠା, ମିଳିଲା କ୍ୟାବିନେଟ ମଂଜୁରୀ

କେନ୍ୟୁଜ୍(ବ୍ୟୁରୋ):  ଫୁଲବାଣୀରେ ପ୍ରତିଷ୍ଠା ହେବାକୁ ଥିବା ଶହେ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ଡାକ୍ତରଖାନ ପାଇଁ ଟେଣ୍ଡରକୁ କ୍ୟାବିନେଟ ମଂଜୁରୀ ମିଳିଛି । ଫୁଲବାଣୀରେ ଶହେ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ଏହାସହ କୋରାପୁଟଠାରେ ଥିବା ମେଡିକାଲ କଲେଜ ୬୫୦ ଶଯ୍ୟାବିଶିଷ୍ଟ ଅଧ୍ୟାପନା ଡାକ୍ତରଖାନା ସ୍ଥାପନ ପାଇଁ ନୀତିଗତ ନିଷ୍ପତ୍ତି ହୋଇଛି।

ଏହି କାର୍ଯ୍ୟ ପାଇଁ ୬୮୦ କୋଟି ଟଙ୍କା ଆକଳନର ଟର୍ଣ୍ଣକି ଚୁକ୍ତିରେ ଟେଣ୍ଡର ଆମନ୍ତ୍ରଣ କରାଯାଇଥିଲା। ସାପୁରଜୀ ପୁଲନଜୀ କଂପାନୀର ୬୮୦ କୋଟି ଟଙ୍କାର ସର୍ବନିମ୍ନ ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି କାର୍ଯ୍ୟ ୩୬ ମାସରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହାସହ ମୋଟ୍‌ ୧୨ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.