Below header

ରାଜଧାନୀର ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ଜାଳିଲେ ଗଣିବେ ୧୦ ହଜାର ଟଙ୍କା ତଣ୍ଡ, ବିଏମସିର କଡା ନିୟମ

ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଓ ତାପମାତ୍ରା ବଢୁଥିବାରୁ ବିଏମସି ଏଭଳି ନିଷ୍ପତ୍ତି ନେଇଛି । ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ଯେଉଁମାନେ ଅଳିଆ ଆବର୍ଜନା ଓ ବର୍ଜ୍ୟବସ୍ତକୁ ଅଳିଆ ସଂଗ୍ରହ କରୁଥିବା ଗାଡ଼ିକୁ ହସ୍ତାନ୍ତର ନକରି ଖୋଲା ଜାଗାରେ ଜାଳିଦେଉଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ।

ଭୁବନେଶ୍ବର(କେନ୍ୟୁଜ୍): ଆକ୍ସନ ମୋଡରେ ବିଏମସି । ଏଣିକି ରାଜଧାନୀର ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ଜାଳିଲେ ଗଣିବେ ତଣ୍ଡ । ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ । ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଓ ତାପମାତ୍ରା ବଢୁଥିବାରୁ ବିଏମସି ଏଭଳି ନିଷ୍ପତ୍ତି ନେଇଛି । ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ଯେଉଁମାନେ ଅଳିଆ ଆବର୍ଜନା ଓ ବର୍ଜ୍ୟବସ୍ତକୁ ଅଳିଆ ସଂଗ୍ରହ କରୁଥିବା ଗାଡ଼ିକୁ ହସ୍ତାନ୍ତର ନକରି ଖୋଲା ଜାଗାରେ ଜାଳିଦେଉଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ।

ଏଭିତରେ ଓ୍ଵାର୍ଡ ସ୍ତରୀୟ ସାନିଟେସନ ଇନିସପେକ୍ଟରଙ୍କୁ ଖୋଲା ଜାଗାରେ ଅଳିଆ ଜାଳୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ମାସରୁ ନିୟମକୁ କଡାକଡି ଲାଗୁ କରାଯିବ । ଯେଉଁମାନେ ଅଳିଆ ଗାଡିକୁ ଅଳିଆ ଆବର୍ଜନା ନ ଦେଇ ସର୍ବସାଧାରଣ ସ୍ଥାନରେ ଜାଳୁଛନ୍ତି ସେମାନଙ୍କ ଉପରେ ଜାରିମାନାକୁ କଡାକଡି କରିବାକୁ ବିଏମସି ପକ୍ଷରୁ କୁହାଯାଇଛି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଖୁବଶୀଘ୍ର ଏସଓପି ଜାରି କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.