ମୁମ୍ବାଇର ଫର୍ଣ୍ଣିଚର ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା କୋଟି କୋଟି ଟଙ୍କାର ସଂପତ୍ତି

ମୁମ୍ବାଇର ଓଶିଓ୍ଵାରା ଫର୍ଣ୍ଣିଚର ବଜାରରେ ଅଗ୍ନିକାଣ୍ଡ । ବଜାରରେ ଅଗ୍ନିକାଣ୍ଡ ଯୋଗୁଁ ଜଳିଯାଇଛି ଅନେକ ଦୋକାନ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି ।

ମୁମ୍ବାଇର ଓଶିଓ୍ଵାରା ଫର୍ଣ୍ଣିଚର ବଜାରରେ ଅଗ୍ନିକାଣ୍ଡ । ବଜାରରେ ଅଗ୍ନିକାଣ୍ଡ ଯୋଗୁଁ ଜଳିଯାଇଛି ଅନେକ ଦୋକାନ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି । ଏହାର ଭିଡିଓ ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ୬ଟି ଟ୍ୟାଙ୍କର ମଧ୍ୟ ରହିଛି । ମୁମ୍ବାଇର ଯୋଗେଶ୍ୱରୀ ଅଞ୍ଚଳରେ ଥିବା ଫର୍ଣ୍ଣିଚର ବଜାରରେ ଭୟଙ୍କର ନିଆଁ ଲାଗିଛି ।

ଏପର୍ଯ୍ୟନ୍ତ ଘଟଣାରେ କୌଣସି ହତାହତ ଖବର ମିଳିନାହିଁ । ସୋସିଆଲ ମିଡିଆରେ କେବଳ ନିଆଁ ବ୍ୟାପିବାର ଭିଡିଓ ଦେଖିବାକୁ ମିଳିଛି । କାଠ ଗୋଦାମ ସହିତ ଫର୍ଣ୍ଣିଚର ଦୋକାନ ଥିବା ଯୋଗୁଁ ନିଆଁ ଦ୍ରୁତଗତିରେ ଲାଗିଛି । ଦମକଳର ୧୨ ରୁ ୧୪ ଗାଡି ଘଟଣା ସ୍ଥଳରେ ପହଞ୍ଚିଛି । ପାଖାପାଖି ଦେଢ ଘଣ୍ଟା ପରେ ନିଆଁ ଉପରେ ଆୟତ୍ତ କରାଯାଇଥିଲା । ଏଥିରେ ୨୦ରୁ ୨୫ ଫର୍ଣ୍ଣିଚର ଦୋକାନରେ ଜଳି ପାଉଁଶ ହୋଇଯାଇଛି । ତେବେ ନିଆଁ କେମିତି ଲାଗିଲା, ତା’ର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.