Below header

୨୩ଟି ଜିଲ୍ଲାରେ ୧୦୨ଟି ଡିଜିଟାଲ ଡିସପେନସାରୀ ସ୍ଥାପନ ପାଇଁ ରାଜିନାମା ସ୍ୱାକ୍ଷରିତ

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ବଳିଷ୍ଠ ପଦକ୍ଷେପ। ୨୩ଟି ଜିଲ୍ଲାରେ ୧୦୨ଟି ଡିଜିଟାଲ ଡିସପେନସାରୀ ସ୍ଥାପନ ପାଇଁ ରାଜିନାମା ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗ୍ଲୋକାଲ ହେଲଥ କେୟାର ସିଷ୍ଟମ ଲିମିଟେଡ ମଧ୍ୟରେ ବୁଝାମଣା ହୋଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ରୋଗୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ପ୍ରତି ଡିସପେନସାରୀରେ ଏମବିବିଏସ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ ନର୍ସ ଓ ଲାବୋରେଟୋରୀ ଆସିଷ୍ଟାଣ୍ଟ ରହିବେ।

ଏଠାରେ ପ୍ରାଥମିକ ଚିକିତ୍ସା ସୁବିଧା ସହ ରୋଗପରୀକ୍ଷା ଓ ମାଗଣାରେ ଔଷଧ ଯୋଗାଇ ଦିଆଯିବ। ପ୍ରତି ଡିଜିଟାଲ ଡିସପେନସାରୀରେ ଭିଡିଓ କନଫରେନସିଂ ମାଧ୍ୟମରେ ରୋଗୀ ଚିକିତ୍ସା ସୁବିଧା ପାଇପାରିବେ। ଏହାଦ୍ୱାରା ରାଜ୍ୟର ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସୁଗମ ହୋଇପାରିବ ବୋଲି କୁହାଯାଇଛି। ପୂର୍ବରୁ ପରୀକ୍ଷାମୂଳକ ଭାବରେ ନବରଙ୍ଗପୁରର ୨୫ଟି ଓ କେନ୍ଦୁଝର ଜିଲ୍ଲାର ୫ଟି ସ୍ଥାନରେ ଏହି ଯୋଜନାର ଆରମ୍ଭ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.