ବିରାଟ ବ୍ରିଗେଡ୍‌ ବିଜୟରେ ଲାଗିବ କି ବ୍ରେକ୍‌ ?

ନାପିଏର୍‌ : ଆସନ୍ତାକାଲି ସକାଳ ୭ଟା ନ୍ୟୁଜ୍‌ ଦେଖିବା ପରେ କ୍ରିକେଟ୍‌ ପ୍ରେମୀ ରିମୋଟ୍‌ ବଦଳାଇ ପହଞ୍ଚି ଯିବେ ସ୍ପୋର୍ଟସ ଚ୍ୟାନେଲରେ । କାରଣ ସକାଳ ଠିକ୍‌ ୭.୩୦ରେ ଆରମ୍ଭ ହେବ ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ । କଙ୍ଗାରୁ ଦମନ ପରେ ଏବେ କିଓ୍ଵି ବିଜୟ ପାଇଁ ଯୋଜନା କରିଛି ବିରାଟ ବାହିନୀ । ତେଣୁ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ପୂରା ଦମ୍‌ରେ ଖେଳିବ । ତେବେ ଗତ ୧୦ ବର୍ଷ ଭିତରେ ନ୍ୟୁଜିଳାଣ୍ଡରେ ଭାରତୀୟ ଦଳ ସିରିଜ୍‌ ଜିତି ପାରି ନାହିଁ । ରେକର୍ଡ଼ ପରେ ରେକର୍ଡ଼ ଭାଙ୍ଗି ଚାଲିଥିବା ଏହି ଦଳ ଏଥିରେ କିଛି ବ୍ୟତିକ୍ରମ ଘଟାଇବାକୁ ରଣନୀତି ପ୍ରସ୍ତୁତ କରିଛି ।
ମ୍ୟାକ୍‌ଲିନ୍‌ ପାର୍କରେ ପ୍ରଥମ ମ୍ୟାଚ୍‌ ଖେଳାଯାଉଛି । ଏଠି ବଡ଼ ସ୍କୋର ହେବାର ନଜିର ରହିଛି । କାରଣ ଏଠାରେ ଖେଳା ଯାଇଥିବା ଗତ ଦୁଇଟି ଟି-୨୦ରେ ସ୍କୋର ତିନି ଥର ୨୦୦ରୁ ଅଧିକ ରନ୍‌ ସ୍କୋର ହୋଇଛି ।

STADIUM
ନାପିଏର୍‌ର ମ୍ୟାକଲିନ୍‌ ପାର୍କ ଷ୍ଟାଡିୟମ୍‌

ସେପଟେ ଭାରତ ଭଳି ନ୍ୟୁଜିଲାଣ୍ଡ ମଧ୍ୟ ପୂରା ଯୋଶ୍‌ରେ ଅଛି । ନିକଟରେ ଦଳ ଶ୍ରୀଲଙ୍କା ବିପକ୍ଷରେ ସିରିଜ୍‌ ବିଜୟୀ ହୋଇ ଭାରତକୁ ଟକ୍କର ଦେବାକୁ ପୂରା ତୟାର । ତୁଳନାତ୍ମକ ଭାବେ ଦୁଇ ଦଳର ଶକ୍ତି ପ୍ରାୟ ସମାନ ରହୁଥିବା ଦେଖାଯାଇଛି । ଏବେ ଦିନିକିଆ ବିଶ୍ୱ ର‍୍ୟାଙ୍କିଙ୍ଗରେ ଭାରତ ଦୁଇ ନମ୍ବର ଓ ନ୍ୟୁଜିଲାଣ୍ଡ ତିନି ନମ୍ବରରେ ରହିଛି । ତେଣୁ ପ୍ରଥମ ମ୍ୟାଚ୍‌ରୁ ହିଁ ଭଲ ଟକ୍କର ହେବ । ଅଷ୍ଟ୍ରେଲିଆ ଅପେକ୍ଷା ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ ବାହିନୀକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.