ତିତଲି ବାତ୍ୟା କ୍ଷୟକ୍ଷତି ପାଇଁ ଓଡ଼ିଶାକୁ ମିଳିଲା ୧୦୨୪ କୋଟିର ଅତିରିକ୍ତ ସହାୟତା

ଭୁବନେଶ୍ବର : ତିତଲି ବାତ୍ୟା କ୍ଷୟକ୍ଷତି ନେଇ ମିଳିଲା ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା । ୧୦୨୩ କୋଟି ୫୯ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ । ଜାତୀୟ ବିପର୍ଯ୍ୟସ୍ତ ପ୍ରଶମନ ପାଣ୍ଠି-ଏନଡିଆରଏଫରୁ ଏହି ସହାୟତା ମିଳିବ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତିତଲିରେ ୨୨ଶହ ୭୦ କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ରକୁ ଦେଇଥିଲେ ରାଜ୍ୟ ସରକାର। କ୍ଷୟକ୍ଷତି ବାବଦରେ ଆଗୁଆ ହଜାରେ କୋଟି ଟଙ୍କାର ସହାୟତା ଦେବା ପାଇଁ ଅକ୍ଟୋବର ୧୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.