Below header

୧୫ ଜିଲ୍ଲାର ୧୫୦ ଡାକ୍ତରଙ୍କୁ SCBରେ ଦିଆଗଲା ସ୍ବତନ୍ତ୍ର କୋଭିଡ-୧୯ କ୍ରିଟିକାଲ କେୟାର ଟ୍ରେନିଂ, ଅଦୃଶ୍ୟ ଶତ୍ରୁ ସହ କରିବେ ଯୁଦ୍ଧ

କେନ୍ୟୁଜ୍ (ବ୍ୟୁରୋ): କଟକ ବଡ ମେଡିକାଲରେ ବ୍ୟାଚ୍ ୩ରେ ଓଡିଶାର ୧୫ ଜିଲ୍ଲାର  ୧୫୦ ଡାକ୍ତର କୋଭିଡ-୧୯ କ୍ରିଟିକାଲ କେୟାର ଟ୍ରେନିଂ ପୁରା କରିଛନ୍ତି। ଆଜି ସେମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇ କାର୍ଯ୍ୟକ୍ଷେତ୍ରକୁ ପଠାଯାଇଛି ।ସ୍ବାସ୍ଥ ବିଭାଗ ତରଫରୁ ଟ୍ବିଟ କରି କୁହାଯାଇଛି ଯେ ଏସ.ସି.ବି ମେଡିକାଲ କଲେଜରେ ୧୦୫ ଡାକ୍ତରଙ୍କୁ ସ୍ବତନ୍ତ୍ର କୋଭିଡ-୧୯ କ୍ରୀଟିକାଲ କେୟାର ଟ୍ରେନିଂ ଦିଆଯାଇ କୋଭିଡ ଯୋଦ୍ଧା ଭାବେ  ମୈଦାନକୁ ଛଡାଗଲା। ଅଦୃଶ୍ୟ  ଶତ୍ରୁକୁ ପ୍ରତିହତ କରିବା ପାଇଁ ଏହି ଯୋଦ୍ଧାମାନେ ବାହାଦୂର ରୂପେ ଆଗରେ ରହିବେ।

ସେହିଭଳି ଓଡିଶାରେ ଏବେ ୮୦୨୩ ଡାକ୍ତର, ୮୨୯୬ ଷ୍ଟାଫ୍ ନର୍ସ, ୪୧୦୫ ଲ୍ୟାବ  ଟେକ୍ନିସିଆନ, ୪୧୧୪ ଆୟୂଷ  ଡାକ୍ତର, ୪୯୦୫ ଆମ୍ବୁଲାନ୍ସ ଡ୍ରାଇଭର, ୧,୩୫,୮୨୦ ଏଏନଏମ, ଆଶା ଓ ଅଙ୍ଗନୱାଡି କର୍ଯ୍ୟକର୍ତ୍ତାଙ୍କୁ ବିଶେଷ ରୂପରେ ଗଠିତ ମାନବ ସମ୍ବଳ ଓ କ୍ଷମତା ନିର୍ମାଣ ସମିତିର ତତ୍ତ୍ବବଧାନରେ ପ୍ରଶିକ୍ଷିତ କରାଯାଇଛି  ଓ  ସେମାନଙ୍କ ଲକ୍ଷ ନିଦ୍ଧାରିତ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.