Below header

ଏଲ୍‌ଆଇସି ବୀମା ପଲିସ ଉପରେ ଅଳ୍ପ ସୁଧରେ ବି ମଳିପାରିବ ଲୋନ୍‌, ଯାଣନ୍ତୁ କ’ଣ ରହିଛି ନିୟମ ଓ ସର୍ତ୍ତ

ନୂଆଦିଲ୍ଲୀ : ଆପଣ ଏଲ୍‌ଆଇସି ପଲିସି କରିଛନ୍ତି କି ? ଯଦି କରିଛନ୍ତି ତେବେ ଇନ୍‌ସୁରାନ୍ସ କଭର ସହିତ ରକାର ସମୟରେ ଏହି ପଲିସି ଉପରେ ଆପଣ ଲୋନ୍‌ ବି ନେଇ ପାରିବେ । ଖାଲି ସେତିକି ନୁହେଁ ବ୍ୟାଙ୍କ୍‌ ଲୋନ୍‌ ସୁଧ ତୁଳନାରେ ଏଲ୍‌ଆଇସିର ସୁଧ ମଧ୍ୟ ବହୁତ କମ୍‌ ।

ଏଲଆଇସି ‘ଜୀବନ ଶିଖର’ ପଲିସି ଉପରେ ନିଆଯାଇଥିବା ଲୋନ୍‌ର ସୁଧ ହାର ବହୁତ କମ୍‌ । ଯଦି ଆପଣ ‘ଜୀବନ ଶିଖର’ ପଲିସ୍‌ ଉପରେ ଲୋନ୍‌ ନିଅନ୍ତି । ଆପଣଙ୍କୁ ମାତ୍ର ବାର୍ଷିକ ୯ ପ୍ରତିଶତ ସୁଧ ଦେବାକୁ ପଡ଼ିବ ।

ଏହାଛଡ଼ା ଅନ୍ୟ ସବୁ ଏଲ୍‌ଆଇସି ପଲିସ ଉପରେ ବାର୍ଷିକ ୯.୫ ପ୍ରତିଶତ ସୁଧ ଦେବାକୁ ପଡ଼ିବ । ଏହାଛଡ଼ା ଯେଉଁମାନେ ‘ଜୀବନ ବୃଦ୍ଧି, ଜୀବନ ବୈଭବ, ଜୀବନ ସୁଗମ ଓ ଜୀବନ ଶଗୁନ୍‌’ ପ୍ଲାନ୍‌ ନେଇଛନ୍ତି ସେମାନଙ୍କୁ ଲୋନ୍‌ ଉପରେ ୧୦ ପ୍ରତିଶତ ସୁଧ ଦେବାକୁ ହେବ ।

ଏଲ୍‌ଆଇସିର ସଦ୍ୟ ରିପୋର୍ଟ ଅନୁଯାୟୀ କମ୍ପାନୀ ଦେଶରେ ୧.୧୪ ଲକ୍ଷ କୋଟି ଟଙ୍କାର ଲୋନ୍‌ ଦେଇଛି । ଏଥି ମଧ୍ୟରୁ ୯୯.୯୮ ପ୍ରତିଶତ ଲୋନ୍‌ ପରମ୍ପରାଗତ ପଲିସି ଉପରେ ଲୋନ୍‌ ଦିଆଯାଇଛି ।

ଏହି ଲୋନ୍‌ର ବଡ଼ ସୁବିଧା ଯେ ଏଲ୍‌ଆଇସି ଲୋନ୍‌ ନେବା ବ୍ୟକ୍ତିଙ୍କ କ୍ରେଡ଼ିଟ୍‌ ହିଷ୍ଟ୍ରି ଦେଖେ ନାହିଁ । ବାସ୍ତବରେ ଏଲ୍‌ଆଇସିର ଏହା ଲୋନ୍‌ ନୁହେଁ ଏକ ପ୍ରକାର ଆଡ୍‌ଭାନ୍ସ । ଯାହାକି ପରବର୍ତ୍ତୀ ସମୟରେ ଏହି ଲୋନ୍‌ ବୀମା ରାଶିରୁ କଟାଯାଇ ଗ୍ରାହକଙ୍କୁ ମିଳିଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.