ପୋଲସରା କ୍ବରେଣ୍ଟାଇନ ସେଣ୍ଟରରେ ଜଣେ ଅନ୍ତେବାସୀଙ୍କୁ ମୃତ୍ୟୁ,ମୃତକ ଜଣକ ସୁରାଟ ଫେରନ୍ତା

ଗଞ୍ଜାମ(କେନ୍ୟୁଜ୍): ପୋଲସରାରେ କ୍ବରେଣ୍ଟାଇନ ସେଣ୍ଟରରେ ଜଣେ ଅନ୍ତେବାସୀଙ୍କୁ ମୃତ୍ୟୁ ହୋଇଛି। ମୃତକ ଜଣକ ସୁରାଟରୁ ଫେରି ଗଞ୍ଜାମ ଜିଲ୍ଲା  ପୋଲସରା ଥାନା ଅନ୍ତର୍ଗତ ଢୁଙ୍କାପଡା ଗାଁର କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ । ଅଜି କ୍ବାରେଣ୍ଟାଇନ ସେଣ୍ଟରର ବାରଣ୍ଡାରେ ବସି ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ହଠାତ୍ ସେଠାରେ ହିଁ ଟଳି ପଡିଥିଲେ।  ଘଟଣା ସମ୍ପର୍କରେ ପୋଲସର ପୋଲିସକୁ ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ ବ୍ୟକ୍ତି  ଜଣକ କେଉଁ କାରଣରୁ ମୃତ୍ୟୁ ବରଣ କରିଛନ୍ତି  ତାହା ଜଣା ପଡିନାହିଁ।

 

ସେପଟେ ଗୋଟିଏ ଦିନରେ ଗଞ୍ଜାମରେ  ୪୩ ପଜେଟିଭ୍ ଚିହ୍ନଟ । ଜିଲ୍ଲାରେ ଆଉ ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୨୦ରୁ ୨୫ ଜଣ ଆକ୍ରନ୍ତ ଚିହ୍ନଟ ହେଉଛନ୍ତି । ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି । ଯାହା ରାଜ୍ୟରେ ସର୍ବାଧିକ । ଏକଥା ସ୍ପଷ୍ଟ ହେବାରେ ଲାଗିଲାଣି ଯେ ଖୁବ୍ ଶୀଘ୍ର ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଶହେ ଟପିଯିବ ।

ଆଜି ସକାଳେ ୧୯ ଜଣ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଆଉ ୨୪ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ସୁରତ୍ ଫେରନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.