Below header

ବନ୍ଦେ ଭାରତ ମିଶନ୍‌ : ୮୦ ଆମେରିକୀୟ ଯାତ୍ରୀଙ୍କୁ ନେଇ ସାନ୍‌ଫ୍ରାନ୍‌ସିସ୍କୋରେ ପହଞ୍ଚିଲା ପ୍ରଥମ ଭାରତୀୟ ବିମାନ

ନୂଆଦିଲ୍ଲୀ : କରୋନା ଲକ୍‌ଡାଉନ୍‌ ଯୋଗୁ ବିଶ୍ୱର ସବୁ ଦେଶରେ ଲୋକେ ଫସି ରହିଛନ୍ତି । ଭାରତର ଲୋକେ ଯେପରି ଅନ୍ୟ ଦେଶରେ ଅଟକି ରହିଛନ୍ତି । ସେପରି ଅନ୍ୟ ଦେଶର ଲୋକେ ମଧ୍ୟ ଭାରତରେ ଅଟକି ରହିଯାଇଛନ୍ତି ।

ବିଭିନ୍ତ ଦେଶରେ ଫସି ରହିଥିବା ଲୋକଙ୍କୁ ଆଣିବା ପାଇଁ ଭାରତ ସରକାର ମଇ ୭ ତାରିଖରୁ ବନ୍ଦେ ଭାରତ ମିଶନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ଦୁବାଇରୁ ୧୮୧ ଓ ବାଂଲାଦେଶରୁ ୧୬୭ ଜଣ ଭାରତରେ ଆସି ପହଞ୍ଚିଛନ୍ତି ।

ସେହିପରି ଏୟାର ଇଣ୍ଡିଆର ଏକ ବିମାନ ଏଆଇ ୧୭୩ ଭାରତରୁ ୮୦ ଆମେରିକୀୟ ନାଗରୀକଙ୍କୁ ନେଇ ଆଜି ସାନ୍‌ଫ୍ରାନ୍‌ସିସ୍କୋ ଏୟାରପୋର୍ଟରେ ପହଞ୍ଚିଛି । ଦୀର୍ଘ ୪୮ ଦିନର ଲକ୍‌ଡାଉନ୍‌ ପରେ ପ୍ରଥମ ଥର ପାଇଁ ଏୟାର ଇଣ୍ଡିଆର ବିମାନ ଆମେରିକାରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.