ଏମ୍‌ସରେ ଚିକିତ୍ସାଧୀନ କରୋନା ପଜେଟିଭ୍ ବ୍ୟକ୍ତି ଭୁବନେଶ୍ୱର ନୁହେଁ ମୁମ୍ବାଇର ଟ୍ରକ୍ ଡ୍ରାଇଭର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାରେ ଆଜି ଜଣେ ବାହାର ରାଜ୍ୟର ବ୍ୟକ୍ତି ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ବ୍ୟକ୍ତି ଜଣକ ଏବେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ବୟସ ୪୨ ବର୍ଷ । ସେ ମୁମ୍ବାଇର ଜଣେ ଟ୍ରକ୍ ଡ୍ର୍ରାଇଭର୍ । ଓଡ଼ିଶାରେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତେବେ ତାଙ୍କୁ ଓଡ଼ିଶାର ନୁହେଁ ମହାରାଷ୍ଟ୍ରର ପଜେଟିଭ୍ ବୋଲି ଧରାଯିବ । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ଵିଟ୍ କରି ଜଣାଇଛି ।
ଏହି ବ୍ୟକ୍ତି ଜଣକ ପ୍ରଥମେ ଭୁବନେଶ୍ୱରର ବୋଲି ସୂଚନା ମିଳିଥିଲା । ତେବେ ସେ ଓଡ଼ିଶାର ହୋଇ ନଥିବାରୁ ବର୍ତ୍ତମାନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୭୦ରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.