ବାଣପୁର: ଲକଡାଉନରେ ବେସ୍ ଜମୁଛି ଚୋରା ମଦ ବେପାର, ଅବକାରୀ ବିଭାଗର ଚଢାଉ,୨୦୦ ଲିଟର ଦେଶୀମଦ ଜବତ ସହ ୮ ଗିରଫ

ଟାଙ୍ଗୀ(କେନ୍ୟୁଜ୍): କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳୀ ଚୋରା ମଦ ବ୍ୟମସାୟୀଙ୍କୁ ସୁହାଇଛି ଲକକ୍‌ଡାଉନ୍‌ । ବଢି ଚାଲିଛି ଚୋରା ମଦ ବ୍ୟବସାୟୀଙ୍କ ପ୍ରାଦ୍‌ଭାବ । ଗତ କାଲି ରାତିରେ  ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୦୦ ଲିଟର ଦେଶୀ ମଦ ସହିତ ୮ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ୫ଟି ବାଇକ୍‌ ମଧ୍ୟ ଜବତ କରାଯାଇଛି। ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଅଞ୍ଚଳରେ ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ଇନ୍ସପେକ୍ଟର ନୀନା ବେଉରାଙ୍କ ନେତୃତ୍ବରେ ବାଲୁଗାଁ ଅବକାରୀ ବିଭାଗ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ ଏବଂ ତାଙ୍କ ଟିମ ଚଢାଉ କରିବା ସହିତ ଏହି ସଫଳତା ହାସଲ କରିଛନ୍ତି।

ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଚନ୍ଦ୍ରକାନ୍ତ ପ୍ରଧାନ, ନବ ଜେନା, ସୁନୀଲ ସ୍ବାଇଁ, ଅଭିମନ୍ୟୁ ପ୍ରଧାନ, ସନ୍ତୋଷ ଚୌଧୁରୀ, ସନ୍ତୋଷ ରାଉତ, ପଞ୍ଚୁ ପଲାଇ ଏବଂ କୃଷ୍ଣ ବାରିକ। ଅବକାରୀ ବିଭାଗ ପକ୍ଷରୁ  ଆସାମୀ ମାନଙ୍କ ନାମରେ କେସ୍‌ ନମ୍ବର ୭, ୮, ୯, ୧୦, ୧୧, ୧୨, ୧୩ ଏବଂ ୧୪ ଅନୁଯାୟୀ  ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

 

ଗତ  ବୁଧବାର ଦିନ ମଧ୍ୟ ଟାଙ୍ଗୀ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି  ୩ ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରିଥିଲା । ତିନଜଣଙ୍କୁ ଗିରଫ କରିବା  ସହିତ ସେମାନଙ୍କ ନିକଟରୁ ୧୭ ଲିଟର ମହୁଲୀ, ୨୩  ଲିଟର ବିଅର ଏବଂ ଗୋଟିଏ ମୋଟର ସାଇକେଲ ଜବତ କରିଥିଲା। ଗିରଫ ତିନ ଜଣ ହେଉଛନ୍ତି ଟାଙ୍ଗୀର ମାନସ ପରିଡା, ଅକ୍ଷୟ ସାହୁ ଓ ବାବୁଲି ବେହେରା ବୋଲି ଜଣାପଡିଥିଲା ।

ilicit liqour treader

କହିରଖୁଛି କି ଲକଡାଉନ କାରଣରୁ ମଦ ବ୍ୟବସାୟ ପ୍ରଭାବିତ ହୋଇଛି। ଏପରିକି ଅଧିକାଂଶ ସ୍ଥାନରେ ମଧ୍ୟ ମଦ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ମଦ ହୋମ ଡେଲିଭରୀ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ରାଜ୍ୟ ସରକାର ହୋମ ଡେଲିଭରୀ ନେଇ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅନଲାଇନ ମଦ ବିକ୍ରି ପାଇଁ ରାଜ୍ୟ ସରକାର ମାନେ ବିଚାର କରିପାରିବେ ।

ମଦ ବିକ୍ରି ନେଇ ସୁପ୍ରିମକୋର୍ଟ କୌଣସି ନିର୍ଦେଶ ଦେଇପାରିବେନି ବୋଲି କହିଥିଲେ । ଏଥିପାଇଁ ରାଜ୍ୟ ସରକାର ମାନେ ନିଷ୍ପତ୍ତି ନେଇପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ତିନି ଜଣିଆ ଖଣ୍ଡପୀଠ ଅନଲାଇନ ମଦ ବିକ୍ରି ଉପରେ ଶୁଣାଣି କରି ଏହି ନିଷ୍ପତ୍ତି ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.