Below header

ମଦ ଦୋକାନରେ ସାମାଜିକ ଦୁରତ୍ୱ ବଜାୟ ରଖିବାକୁ ସୁପ୍ରିମ୍‌କୋର୍ଟରେ ଦାଖଲ କରିଥିଲେ ମାମଲା, ଜଷ୍ଟିସ୍‌ ଶୁଣାଇଲେ ୧୦ ହଜାର ଟଙ୍କା ଜୋରିମାନା

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ଯୋଗୁ ମଦ ବିକ୍ରି ବନ୍ଦ ଥିଲା । କିଛି ଦିନ ତଳେ ରାଜ୍ୟ ସରକାର କେତେକ ରାଜ୍ୟରେ ମଦ ବିକ୍ରି ଆରମ୍ଭ କରିଛନ୍ତି । ତେବେ ମଦ ଦୋକାନ ଖୋଲିବା ପରେ ଲୋକେ କରୋନା କଥା ଭୁଲିଗଲେ । ସାମାଜିକ ଦୂରତ୍ୱର ଧଜ୍ଜିଆ ଉଡ଼ାଇଲେ ।

ମଦ ଦୋକାନ ନିକଟରେ ଯେଭଳି ଭିଡ଼୍‍ ଲାଗିଲା ପୋଲିସ୍‌କୁ ଲାଠି ମାଡ଼ କରିବାକୁ ପଡ଼ିଲା । ଏହାକୁ ଦୃଷ୍ଟିରେ ରଖି ଜଣେ ବ୍ୟକ୍ତି ସୁପ୍ରିମ୍‌ କୋର୍ଟରେ ଏକ ମାମଲା ଦାଏର କଲେ । ମଦ ଦୋକାନ ନିକଟରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମାମଲା ଦାୟର କଲେ ।

ସାମାଜିକ ଦୂରତ୍ୱ ବଜାୟ ରଖିବା ନେଇ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମାମଲା ଦାୟର କରାଯାଇଥିଲା । ହେଲେ କୋର୍ଟ ଶୁଣାଇଲେ ଓଲଟା ଆଦେଶ । ସାମାଜିକ ଦୂରତ୍ୱ ଦାବି କରି ମାମଲା ଦାୟର କରିଥିବା ବ୍ୟକ୍ତିଙ୍କୁ ସୁପ୍ରିମ୍‌କୋର୍ଟ ଦେଲେ ୧୦ ହଜାର ଟଙ୍କା ଜରିମାନା ଆଦେଶ ।

wine

ମଦ ବିକିବା ନ ବିକିବା ରାଜ୍ୟ ସରକାରଙ୍କ ନୀତିଗତ ମାମଲା । ସରକାର ହୋମ ଡେଲିଭର କରିବେ କି ଅନ୍‌ଲାଇନ୍‌ରେ ଯୋଗାଇବେ ତାହା ସରକାରଙ୍କ ଉପରେ ନିର୍ଭର କରେ ବୋଲି ସୁପ୍ରିମ୍‌କୋର୍ଟ ଶୁକ୍ରବାର ତାଙ୍କ ଶୁଣାଣିରେ ପ୍ରକାଶ କରିଛନ୍ତି ।

ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ମଦ ଦୋକାନରେ ସାମାଜିକ ଦୂରତ୍ୱ ବଜାୟ ରଖିବା ନେଇ କୋର୍ଟ ଏମିତି କିଛି ଆଦେଶ ଦେଇ ପାରିବେନି ।

ତେବେ ରାଜ୍ୟକୁ ସାମାଜିକ ଦୂରତ୍ୱ ମାନଦଣ୍ଡ ବଜାୟ ରଖିବା ପାଇଁ ମଦର ହୋମ୍‌ ଡେଲିଭରି କିମ୍ବା ଅନ୍‌ଲାଇନ୍‌ ବିକ୍ରି କରିବାର ଆବଶ୍ୟକତା ଅଛି ବୋଲି ସୁପ୍ରିମ୍‌କୋର୍ଟ ଏହି ଆଦେଶ ଶୁଣାଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଓକିଲ ସାଇ ଦୀପକ ମାମଲା ଲଢ଼ୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.