Below header

ସାନ ହେଲେ ବି କରି ଦେଖାଇଲେ ମହାନ୍ କାମ : କ୍ୟାନସର ପୀଡିତଙ୍କ ପାଇଁ ଚୁଟି ଦାନ କଲେ ଦଶମ ଶ୍ରେଣୀ ଛାତ୍ରୀ ସମୀକ୍ଷା

କଟକ(କେନ୍ୟୁଜ୍): କ୍ୟାନସର ପୀଡିତଙ୍କୁ ଚୁଟି ଦାନ କଲେ ସମୀକ୍ଷା। ନିଜର ୧୩ ଦଶମିକ ୫ ଇଞ୍ଚ ଲମ୍ବା ଚୁଟିକୁ କାଟି କ୍ୟାନ୍ସର ରୋଗୀଙ୍କ ହେୟାର ଉଇଗ୍ ପାଇଁ ଦାନ କରିଛନ୍ତି ସେ। କଟକରେ ରହୁଛନ୍ତି ସମୀକ୍ଷା ନାୟକ। ଯିଏକି ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି।

ମୁମ୍ବାଇ ସ୍ଥିତ ମଦତ୍ତ ଚାରିଟେବୁଲ ଟ୍ରଷ୍ଟ ସହ ଯୋଗାଯୋଗ କରି ଏହି ଚୁଟି ଦାନ କରିଛନ୍ତି ସମୀକ୍ଷା। କଟକ କଲ୍ୟାଣନଗର ବାସିନ୍ଦା ସୁରେଶ ଚନ୍ଦ୍ର ନାୟକ ଓ ମାନସୀ ନାୟକଙ୍କ ଝିଅ ସମୀକ୍ଷା ମୁଣ୍ଡଳୀ ସ୍ଥିତ ଜବାହରଲାଲ ନବୋଦୟ ବିଦ୍ୟାଳୟରେ ପାଠ ପଢନ୍ତି। ଅନେକ ବ୍ୟକ୍ତି ଅଙ୍ଗ ଦାନ ପାଇଁ ଆଗ୍ରହ ପ୍ରକାଶ କରୁଥିବାର ଦେଖି, ସମୀକ୍ଷା କେଶ ଦାନ କରିବାର ନିଷ୍ପତ୍ତି ନେଇଥିଲେ।

ଚିକିତ୍ସା ସମୟରେ କ୍ୟାନ୍ସର ରୋଗୀଙ୍କର ଚୁଟି ନଷ୍ଟ ହୋଇ ସେମାନେ ଚୁଟି ହରାଉ ଥିବାବେଳେ, ସେମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଏହା ସମୀକ୍ଷାଙ୍କର ଏକ ପ୍ରୟାସ। ଆଗକୁ ଜଣେ ଭଲ ଚିକିତ୍ସକ ହୋଇ ନିଶୁଳ୍କ ରୋଗୀ ସେବା କରିବାର ଲକ୍ଷ ରଖିଛନ୍ତି ସମୀକ୍ଷା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.