ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କୁ ଆୟକର ବିଭାଗ କଲା ସମ୍ମାନିତ, ଟ୍ୟାକ୍ସ ଭରିବାରେ ସବୁଠାରୁ ଆଗରେ

ଇନକମ୍‌ ଟ୍ୟାକ୍ସ ଦେବାରେ ବଲିଉଡ ଷ୍ଟାର ବଡ ବଡ ଉଦ୍ୟୋଗପତିଙ୍କୁ ପଛରେ ପକାଇ ଦେବେ। ନିକଟରେ ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କୁ ସମ୍ମାନିତ କରାଯାଇଛି। ପ୍ରତିବର୍ଷ ଅକ୍ଷୟ କୁମାରଙ୍କ ପ୍ରାୟ ୪ଟାରୁ୫ଟି ଫିଲ୍ମ ରିଲିଜ୍ ହୋଇଥାଏ। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ସର୍ବାଧିକ ଟ୍ୟାକ୍ସ ଦେଉଥିବା ଅଭିନେତା ଭାବରେ ବେଶ୍ ଜଣାଶୁଣା । ଏଥିପାଇଁ ତାଙ୍କୁ ଆୟକର ବିଭାଗ ପକ୍ଷରୁ ସମ୍ମାନ ପ୍ରମାଣ ପତ୍ର ସହିତ ସମ୍ମାନିତ କରାଯାଇଛି। ଯାହାର ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରଲ୍ ହେବାରେ ଲାଗିଛି ।

ଖବର ମୁତାବକ, ଅକ୍ଷୟ କୁମାର ଲଗାତାର ପାଞ୍ଚ ବର୍ଷ ଧରି ସର୍ବାଧିକ ଟିକସ ଦେଇଆସୁଛନ୍ତି। ତେଣୁ ଏଥର ତାଙ୍କୁ ଆୟକର ବିଭାଗ ଏହି ସମ୍ମାନ ପ୍ରଦାନ କରିଛି।ଖିଲାଡି କୁମାର ବର୍ତ୍ତମାନ ବ୍ରିଟେନରେ ସୁଟିଂରେ ବ୍ୟସ୍ତ ଅଛନ୍ତି। ଯେଉଁଥିପାଇଁ ତାଙ୍କ ଟିମ୍‌ ଆୟକର ବିଭାଗରୁ ସମ୍ମାନଜନକ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହେଉଛି।

ସେହିପରି ଚେନ୍ନାଇରେ ଆୟକର ବିଭାଗ ଅଭିନେତା ରଜନୀକାନ୍ତଙ୍କୁ ଟାଇମ ଟୁ ଟାଇମ ଟ୍ୟାକ୍ସ ପେମେଣ୍ଟ କରୁଥିବାରୁ ସମ୍ମାନତି କରାଯାଇଛି। ରଜନୀକାନ୍ତ ସମ୍ମାନିତ ହେବା ପରେ ଝିଅ ଐଶ୍ୱର୍ଯ୍ୟା ଇନଷ୍ଟାଗ୍ରାମରେ ବାପାଙ୍କୁ ଶୁଭେଚ୍ଛା ଜଣାଇ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ରଜନୀକାନ୍ତଙ୍କ ପକ୍ଷରୁ ଝିଅ ଐଶ୍ୱର୍ଯ୍ୟା ପୁରସ୍କାର ଗ୍ରହଣ କରୁଥିବା ନଜର ଆସିଛନ୍ତି। ତାଙ୍କ ସହିତ ତେଲେଙ୍ଗାନା ରାଜ୍ୟପାଳ ମଧ୍ୟ ନଜର ଆସିଛନ୍ତି। ଏହି ଫଟୋ ଭାଇରଲ ହେବା ପରେ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଦେବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.