ରାସ୍ତା କଡରେ ୧୧ବସ୍ତା ଗଞ୍ଜାଇ ରଖି ଗାଡିକୁ ଅପେକ୍ଷା କରିଥିବା ସମୟରେ ଗିରଫ କଲା ପୋଲିସ
ଗଜପତି ଜିଲ୍ଲା ମୋହନା ପୋଲିସ ବଡ଼ସିନ୍ଧବା ନିକଟରେ ଗତକାଲି ପାଟ୍ରୋଲିଂ କରୁଥିବା ସମୟରେ ୧୮୦କେଜି ଓଜନର ୧୧ବସ୍ତା ଗଞ୍ଜାଇ ଜବତ କରିବାସହ ଗଞ୍ଜାଇ ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ମରଦମୁଲି ଗ୍ରାମର ଗୁରୁବାରିଆ ମାଝି । ବାହାରକୁ ଗଞ୍ଜାଇ ଚାଲାଣ କରିବା ପାଇଁ ଗୁରୁବାରିଆ ରାସ୍ତା କଡରେ ଗଞ୍ଜାଇ ବସ୍ତାଗୁଡିକୁ ରଖି ଗାଡିକୁ ଅପେକ୍ଷା କରିଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା । ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ଜବତ ଗଞ୍ଜାଇର ଆନୁମାନିକ ମୂଲ୍ୟ ୧୦ଲକ୍ଷରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଉକ୍ତ ଗଞ୍ଜାଇ ଗଜପତିରୁ ବ୍ରହ୍ମପୁର ଚାଲାଣ ହେଉଥିବା ନେଇ ଏସଡିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି ।