କଶ୍ମୀରକୁ ନେଇ ମୋଦି ସରକାରଙ୍କର ‘ପ୍ଲାନ୍-ବି’ ପ୍ରସ୍ତୁତ, କ’ଣ ରହିଛି ଏଥିରେ ଜାଣନ୍ତୁ

ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟିବା ପରେ କ’ଣ କ’ଣ ହେବ, ଏହିଭଳି ଅନେକ ପ୍ରଶ୍ନ ସଭିଁଙ୍କ ମନରେ ରହିଥିବ। କିନ୍ତୁ ଅନୁଭବ ହେଉଛି କି ମୋଦି ସରକାର ବହୁତ ପୂର୍ବରୁ ହିଁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବା ପାଇଁ ପ୍ଲାନ୍ ପ୍ରସ୍ତୁତ କରିନେଇଥିଲେ। ଏବେ ଯେତେବେଳେ କଡ଼ା ସୁରକ୍ଷା ମଧ୍ୟରେ ଧାରା ୩୭୦କୁ ହଟାଇ ଦିଆଯାଇଛି, ତେବେ ଆଗାମୀ ରୋଡମ୍ୟାପ୍ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସୋମବାର ମୋଦି ସରକାର ସବୁଠାରୁ ବଡ଼ ନିଷ୍ପତ୍ତି ନେଇଥିଲେ, ଯାହାକି କଶ୍ମୀରର ଭାଗ୍ୟ, ରୂପ ସବୁକିଛି ବଦଳାଇ ଦେବ। ଧାରା ୩୭୦ ଉଚ୍ଛେଦ ପରେ ସାରା ଦେଶରେ ହିଁ ସେଲିବ୍ରେଶନର ମାହୋଲ ଦେଖିବାକୁ ମିଳୁଛି। ତେବେ ସେପଟେ ଖୁସିର ଲହରି ମଧ୍ୟରେ ଜମ୍ମୁ-କଶ୍ମୀରର ଆର୍ଥକ ସ୍ଥିତି ମଧ୍ୟ ସୁଧାରିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି।

modi2

ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ପରେ ମୋଦି ସରକାର ଆସନ୍ତା ଅକ୍ଟୋବରରେ ଜମ୍ମୁ-କଶ୍ମୀରରେ ଏକ ବଡ଼ ନିବେଶ ସମ୍ମିଳନୀ ଆୟୋଜନ କରିବାକୁ ଚିନ୍ତା କରୁଛନ୍ତି, ଯେଉଁଥିରେ ଦେଶର ନାମୀଦାମୀ ବ୍ୟବସାୟୀ ଭାଗ ନେବେ। କେନ୍ଦ୍ର ସରକାର ଏଠାରେ ନିବେଶର ସମସ୍ତ ରାସ୍ତା ଖୋଲିବା ଉପରେ ବିଚାର କରୁଛନ୍ତି। ସୂଚନା ମୁତାବକ, ନିବେଶ ସମ୍ମିଳନୀର ଆୟୋଜନ ଦଶହରା ପାଖାପାଖି କରାଯିବ। କାହିଁକି ନା, ସରକାରଙ୍କ କହିବା କଥା ହେଲା, ଧାରା ୩୭୦ ଉଚ୍ଛେଦ ହେବାରେ ଜମ୍ମୁ-କଶ୍ମୀରରେ ନିବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ।

ଏହାସହ ପଢ଼ନ୍ତୁ: ବିମାନ ଭଳି ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ରେ ବି ରହିବେ ମହିଳା ‘ହୋଷ୍ଟେସ୍‌’, ଯାତ୍ରୀଙ୍କୁ ମିଳିବ ଏହି ସବୁ ସୁବିଧା

modi3

ଜମ୍ମୁ-କଶ୍ମୀରରେ ବିକାଶ କ୍ଷେତ୍ରରେ ଏହି ଅନୁଚ୍ଛେଦ ସବୁଠାରୁ ବଡ଼ ବାଧକ ଥିଲା। କାରଣ, ଏଥିଯୋଗୁ କଶ୍ମୀର ବାହାର ଲୋକମାନେ ରାଜ୍ୟରେ ଜମି-ସମ୍ପତ୍ତି କିଣିବାରେ ନିବେଶ କରିପାରୁ ନ ଥିଲେ। ଫଳରେ ଉଦ୍ୟୋଗପତିମାନେ ଏଠାରେ ସେମାନଙ୍କ ୟୁନିଟ୍ ସ୍ଥାପନ କରିପାରୁ ନ ଥିଲେ। ବର୍ତ୍ତମାନ ଜମ୍ମୁ-କଶ୍ମୀରର ସ୍ଥିତି ଉପରେ ସରକାରଙ୍କ ନଜର ରହିଛି। ସରକାରଙ୍କ କହିବାନୁଯାୟୀ, ରାଜ୍ୟରେ ଅନୁଚ୍ଛେଦ ୩୭୦ ବ୍ୟକ୍ତିଗତ ଏବଂ ବିଶ୍ବ ନିବେଶ କ୍ଷେତ୍ରରେ ବାଧକ ସାଜୁଥିଲା। ଅଧିକାରୀମାନଙ୍କ ଆଶା ରହିଛି ଯେ ସ୍ଥିତିରେ ଯେବେ ସୁଧାର ଆସିବ ଏବଂ ଶାନ୍ତି ବଜାୟ ରହିବ, ସେତେବେଳେ ଲୋକଙ୍କୁ ବୁଝାପଡ଼ିବ କି ସ୍ବତନ୍ତ୍ର ମାନ୍ୟତା ସମାପ୍ତ କରିବା ସେମାନଙ୍କ ହିତ ପାଇଁ ଥିଲା।

modi5

 

ଅନ୍ୟପକ୍ଷରେ ପର‌୍ୟ୍ୟଟନ କ୍ଷେତ୍ରରେ ଜମ୍ମୁ-କଶ୍ମୀର ଭାରତର ସବୁଠାରୁ ସୁନ୍ଦର ରାଜ୍ୟ। କିନ୍ତୁ ଆଜି ପର‌୍ୟ୍ୟନ୍ତ ସେଠାରେ ପର‌୍ୟ୍ୟଟନର ସେହିଭଳି କୌଣସି ବିକାଶ ସାଧିତ ହୋଇପାରି ନାହିଁ। ଏବେ ଯେବେ କେନ୍ଦ୍ରର ପ୍ରଚେଷ୍ଟାରେ ଏଠାରେ ନିବେଶ ବଢ଼ିବ, ସେବେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ବାଟ ଫିଟିଯିବ। ପର‌୍ୟ୍ୟଟନ ଶିଳ୍ପକୁ ନଜରରେ ରଖି ଏଠାରେ ବଡ଼ ବଡ଼ ହୋଟେଲ ଖୋଲିବ। ଯାତାୟାତର ସୁବିଧା କରାଯିବ। ଆଜି ପର‌୍ୟ୍ୟନ୍ତ ଅନୁଚ୍ଛେଦ ୩୭୦ କାରଣରୁ ବାହାର ଲୋକମାନେ ଜମ୍ମୁ-କଶ୍ମୀରରେ ବ୍ୟବସାୟ ବାଣିଜ୍ୟ କରିପାରୁ ନ ଥିଲେ। କିନ୍ତୁ ଏବେ କେନ୍ଦ୍ର ସରକାର ସମସ୍ତଙ୍କ ପାଇଁ ଘାଟି ରାସ୍ତା ଖୋଲିଦେଇଛନ୍ତି। ତେଣୁ ଆଶା ରହିଛି ଯେ ଆଗାମୀ ଦିନରେ ଜମ୍ମୁ-କଶ୍ମୀର ରୂପରେଖ ବଦଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.