Below header

କୁକୁର ଓ ମଣିଷକୁ ଗାଧେଇଦେଲା ସିମ୍ପାଞ୍ଜି , ଦେଖନ୍ତୁ ମଜାଦାର ଭିଡିଓ

ସାଧାରଣତଃ ସୋସିଆଲ ମିଡ଼ିଆରେ ଅନେକ ସମୟରେ ମଜାଦାର ଭିଡିଓ ଭାଇରଲ ହୋଇଥାଏ । ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ଏହିଭଳି ଏକ କୁକୁର ଓ ସିମ୍ପାଞ୍ଜିର ଭିଡିଓ ଅଧିକରୁ ଅଧିକ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ଦୁଇଜଣ ସିମ୍ପାଞ୍ଜି ଏକ କୁକୁରକୁ ଗାଧୋଇ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କେଏଫସି ରେଡ଼ିଓ ଏହି ଭିଡ଼ିଓଟିକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିବା ସହ ଲେଖିଛନ୍ତି “The perfect job doesn’t exist..” ।

ଏହି ଭିଡିଓରେ ଆପଣ ଦେଖିପାରୁଥିବେ କେଉଁଭଳି ଭାବେ ଦୁଇ ଜଣ ସିମ୍ପାଞ୍ଜି ଏକ ପାଳିତ କୁକୁରକୁ ସାମ୍ପୁ ଲଗାଇ ଦେଉଛନ୍ତି ଏବଂ ତାପରେ ତାକୁ ଘଷି ରଗଡି ଗାଧୋଇ ଦେଉଛନ୍ତି । ଏହାପରେ ସେ ନିଜେ ମଧ୍ୟ ସେହି ଟବ ଭିତରେ ପଶି ସାମ୍ପୁ ଲଗାଇ ବହୁତ ମଜାରେ ଗାଧଉଛନ୍ତି । ସେହି ସମୟରେ ଜଣେ ବ୍ୟକ୍ତି ମଧ୍ୟ ତାଙ୍କ ସହ ଉପସ୍ଥିତ ଅଛନ୍ତି ଯିଏକି କୁକୁରକୁ ସାମ୍ପୁ ଲଗାଇଦେବାରେ ସିମ୍ପାଞ୍ଜିମାନଙ୍କର ସାହାଯ୍ୟ କରୁଛନ୍ତି ।

ଏହାସହ ପଢନ୍ତୁ ମହିଳା ଜଣକ କୁକୁର ସହିତ କରିଥିଲେ କିଛି ଏପରି ଯେଉଁଥିପାଇଁ କାଟିବାକୁ ପଡିଲା ହାତ ଗୋଡ଼

ଏହି ଭିଡିଓକୁ ଦେଖିବାପରେ ଟ୍ୱିଟରରେ ଲୋକମାନଙ୍କର ଭଳିକି ଭଳି କମେଣ୍ଟ ଆସୁଛି । ଜଣେ ୟୁଜର ଲେଖିଛନ୍ତି କି ‘ ଭିଡ଼ିଓଟି ଏହି ବର୍ଷର ସବୁଠାରୁ ବେଷ୍ଟ ଭିଡିଓ ଅଟେ ‘ । ଏହି ଭିଡ଼ିଓଟି ୨ ଅଗଷ୍ଟରେ ସେୟାର କରାଯାଇଥିଲା ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୭୦ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.