ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ଆବର୍ଜନାରେ ବେହାଲ୍ ମୟାଲୀ-ଟିହରୀ ରାସ୍ତା
ପୁଣି ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଆରମ୍ଭ ହୋଇଛି। ଫଳରେ ରାସ୍ତା ଅଳିଆ ଆବର୍ଜନାରେ ବନ୍ଦ ହୋଇପଡିଛି। ବାଦଲ ଫଟା ବର୍ଷା ଯୋଗୁଁ କୌଣସି ବ୍ୟକ୍ତି କ୍ଷତିଗ୍ରସ୍ତ ହୋଇନାହାନ୍ତି।
ସୂଚନା ମୁତାବକ, ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଏଭଳି ସ୍ଥଳେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ବାଦଲ ଫଟା ବର୍ଷା ଆରମ୍ଭ ହୋଇଛି। ବର୍ଷାରେ ମୟାଲୀ-ଟିହରୀ ରାସ୍ତା ଆବର୍ଜନାରେ ପୋତି ହୋଇପଡିଥିବା ଫଳରେ ଯିବା ଆସିବାରେ ଅସୁବିଧା ଦେଖାଦେଇଛି। ପାଣିପାଗ ବିଭାଗ ପକ୍ଷରୁ ରୁଦ୍ରପ୍ରୟାଗରେ ପ୍ରବଳ ବର୍ଷା ହେବାକୁ ନେଇ ସତର୍କ ସୂଚନା ଦିଆଯାଇଥିଲା। ପର୍ବତୀୟ ଅଞ୍ଚଳରେ କିଛି ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ମଧ୍ୟ ସୂଚନା ଦିଆଯାଇଛି।
କେବଳ ଉତ୍ତରାଖଣ୍ଡ ନୁହେଁ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିଆନା, ଚଣ୍ଡୀଗଡ, ଓଡିଶା, ପଶ୍ଚିମବଙ୍ଗ ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।