ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ନୂଆ ବସଷ୍ଟାଣ୍ଡକୁ ବିରୋଧ ଏବଂ ପୁରୁଣା ବସଷ୍ଟାଣ୍ଡକୁ ଆଧୁନିକୀକରଣ ଦାବି

ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ । ନୂଆ ବସଷ୍ଟାଣ୍ଡକୁ ବିରୋଧ ଏବଂ ପୁରୁଣା ବସଷ୍ଟାଣ୍ଡକୁ ଆଧୁନିକୀକରଣ ଦାବି ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି ।

କଣ୍ଟାବାଞ୍ଜି (କେନ୍ୟୁଜ): ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ । ନୂଆ ବସଷ୍ଟାଣ୍ଡକୁ ବିରୋଧ ଏବଂ ପୁରୁଣା ବସଷ୍ଟାଣ୍ଡକୁ ଆଧୁନିକୀକରଣ ଦାବି ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି ।  ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି ।  କଣ୍ଟାବାଞ୍ଜି ନଗର କମିଟି ଓ ସମଲେଶ୍ବରୀ ମାର୍କେଟ କମ୍ପ୍ଲେକ୍ସ କମିଟି ପକ୍ଷରୁ ଡାକରା ଦିଆଯାଇଛି ।  ଏହି ପ୍ରତିବାଦରେ ଶିକ୍ଷାନୁଷ୍ଠାନ ଏବଂ ଜରୁରୀ ସେବାକୁ ଛାଡ଼ି ଦୋକନ ବଜାର ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି ।  ଏହି ବନ୍ଦ ଯୋଗୁଁ ସାଧାରଣ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସୂଚନା ଅନୁସାରେ କଣ୍ଟାବାଞ୍ଜି ସହରର ଅସ୍ଥାୟୀ ବସ ଷ୍ଟାଣ୍ଡରେ ରହିଛି ସମଲେଶ୍ବରୀ ମାର୍କେଟ କମ୍ପ୍ଲେକ୍ସ । ନୂଆ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ପରେ ଏଠାରେ ଥିବା ୩ ଶହରୁ ଅଧିକ ଦୋକାନୀ ଜୀବିକା ହରାଇବେ । ଯାହାକୁ ନେଇ ଚିନ୍ତା ପ୍ରକଟ କରି ସମଲେଶ୍ବରୀ ମାର୍କେଟ କମ୍ପ୍ଲେକ୍ସ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଇଛି । ବନ୍ଦ ପାଳନରେ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ବ୍ୟାଙ୍କ, ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି । ସ୍କୁଲ କଲେଜ ସହ ସହ ଜରୁରୀ କାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.