Below header

୧୨ ବର୍ଷର ବାଳକକୁ ହତ୍ୟା ଅଭିଯୋଗ, ଗାଁ ପୋଖରୀରୁ ମିଳିଲା ମୃତଦେହ

ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡି ପଞ୍ଚାୟତର କାଦପଡା ଗାଁ ନିକଟରେ ୧୨ ବର୍ଷର ବାଳକକୁ ହତ୍ୟା ଅଭିଯୋଗ। ମୃତଦେହ ଉଦ୍ଧାର ପରେ ଦୁଇଟି ଆଖିକୁ ଖୋଳି ଦିଆଯାଇଥିବା ଜଣାପଡିଛି।

ଭଞ୍ଜନଗର (କେନ୍ୟୁଜ): ୧୨ ବର୍ଷର ବାଳକକୁ ହତ୍ୟା ଅଭିଯୋଗ । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡି ପଞ୍ଚାୟତର କାଦପଡା ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତକ ଜଣକ କାଦପଡା ଗାଁ ର ଶିବରାମ ପଣ୍ଡାଙ୍କ ନାବାଳକ ପୁଅ । ଶନିବାର ଦିନ ଟିଉସନ୍‌ କୁ ଯାଇ ଘରକୁ ନଫେରିବାରୁ , ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ଗାଁ ନିକଟ ବେଣାଘାଇ ଜଳାଶୟରେ ନାବାଳକର ମୃତଦେହ ଭାସୁଥିବ ର ଦେଖିବାକୁ ମିଳିଥିଲା । ମୃତଦେହ ଉଦ୍ଧାର ପରେ ଜଣାପଡ଼ିଥିଲା ମୃତ ନାବାଳକର ଦୁଇଟି ଆଖିରେ କ୍ଷତଚିହ୍ନ ରହିଛି ।

ଏପରିକି ଦୁଇଟି ଆଖିକୁ ଖୋଳି ଦିଆଯାଇଥିବା ଜଣାପଡିଥିଲା । ଏନେଇ ମୃତ ନାବାଳକର ବାପା ଜଗନ୍ନାଥପ୍ରସାଦ ଥାନାରେ ହତ୍ୟା ଅଭିଯୋଗ ଆଣି ଲିଖିତ ଏତାଲା ଦେଇଥିଲେ । ମୃତଦେହକୁ ଜବତ କରି ଭଂଜନଗର ମେଡିକାଲରେ ବ୍ଯବଛେଦ କରି ଘଟଣାର ତଦନ୍ତ ଚଳାଇଛି ଜଗନ୍ନାଥପ୍ରସାଦ ଥାନା ପୋଲିସ । ତେବେ ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.