Below header

ସହାୟତା ଅପେକ୍ଷାରେ ବାପା ମା ଛେଉଣ୍ଡ ୧୨ ବର୍ଷର ପୁଅ ଦିପୁ

ଯାହାର କେହି ନାହିଁ ତାହାର ଭଗବାନ ହିଁ ସାହା ଭରଷା। ବାପା ଓ ମାଆ ଚାଲିଗଲା ପରେ ଅସହାୟ ଅବସ୍ଥାରେ ଏବେ ଦିନ କାଟୁଛି ନାବାଳକଟି। ଖୋଜୁଛି ସାହାରା । ହେଲେ ଏତେ ବଡ଼ ଦୁନିଆରେ ବଞ୍ଚିବା ତା ପାଇଁ ହୋଇଛି ସାତସପନ। ନିଜର ପରିବାରକୁ ହରାଇ ଏକାକୀ ଜୀବନ ବିତାଇବାକୁ ପଡୁଛି ତାକୁ ।

ଉଦଳା(କେନ୍ୟୁଜ) : ଯାହାର କେହି ନାହିଁ ତାହାର ଭଗବାନ ହିଁ ସାହା ଭରଷା। ବାପା ଓ ମାଆ ଚାଲିଗଲା ପରେ ଅସହାୟ ଅବସ୍ଥାରେ ଏବେ ଦିନ କାଟୁଛି ନାବାଳକଟି। ଖୋଜୁଛି ସାହାରା । ହେଲେ ଏତେ ବଡ଼ ଦୁନିଆରେ ବଞ୍ଚିବା ତା ପାଇଁ ହୋଇଛି ସାତସପନ। ନିଜର ପରିବାରକୁ ହରାଇ ଏକାକୀ ଜୀବନ ବିତାଇବାକୁ ପଡୁଛି ତାକୁ ।

ନାବାଳକର ନା ଦିପୁ। ବାପା ଓ ମାଆ ଉଭୟ ଅଜଣା ରୋଗରେ ଆରପାରିକୁ ଚାଲିଗଲେ। ଏବେ ଦିପୁ ପୁରା ଏକା । ବଞ୍ଚିବା ସହ ନିଜର ଭବିଷ୍ୟତ କିପରି ଗଢିବ ସେଥି ପାଇଁ ସେ ଏବେ ଏକ ଭିନ୍ନ ମୋଡରେ ଛିଡା ହୋଇଛି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ବୃନ୍ଦାଗଡି କନ୍ଥ ସାହି ଗ୍ରାମର ଦିପୁ ହେମ୍ରମ। ବୟସ ୧୨ ବର୍ଷ ହେବ । ଆଜକୁ ୪ ବର୍ଷ ହେବ ବାପା ଆମ୍ବାୟୀ ଓ ମାଆ କୁଇଲି ଆରପାରିକୁ ଚାଲିଗଲା ପରେ ଏକାକୀ ଜୀବନ ବିତାଉଛି ଦିପୁ । ଘର ବାହାରର ସବୁ କାମ ତାକୁ ହିଁ କରିବାକୁ ପଡୁଛି । କେବଳ ପାଉଥିବା ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ତାର ବଞ୍ଚିବା ପାଇଁ ରାହା ପାଲଟିଛି । ହେଲେ ତାର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅମ୍ବାୟୀଙ୍କ ପରିବାର ବେଶ ହସଖୁସିରେ ଦିନ କାଟୁଥିଲେ। ପ୍ରଥମେ ସେ ଏକ ଅଜଣା ରୋଗରେ ଚାଲିଗଲେ। ତା ପରେ ସ୍ତ୍ରୀ କୁଇଲି ନିଜର ପରିବାରକୁ କଷ୍ଟେ ମଷ୍ଟେ ଚଳାଇ ଆସୁଥିଲେ। ତେବେ ତାଙ୍କର ବି ଦେହ ଖରାପ ହେଲା। ସେତେବେଳେ ଦିପୁ ଏକ ଆଶ୍ରମ ସ୍କୁଲରେ ରହି ପାଠ ପଢୁଥିଲେ। ମାଆ ଙ୍କ ଦେହ ଖରାପ ହେବାରୁ ଦିପୁ ସ୍କୁଲ ଛାଡ଼ି ଘରକୁ ଫେରି ଆସିଥିଲେ। ତେବେ ଦିପୁ ଆସିବାର କିଛି ଦିନ ପରେ ମା ମଧ୍ୟ ଆଖି ବୁଜିଲେ। ସେହି ଦିନ ଠାରୁ ଦିପୁ ର ପାଠପଢା ରେ ଡୋରି ଲାଗିଲା।

ବାପା ଓ ମାଆ ଚାଲିଗଲା ପରେ ଦିପୁର ବଡ଼ବାପା ଦେଖାଶୁଣା କରନ୍ତି। ହେଲେ ବଡ଼ବାପା ନାରାନ ଜଣେ ଦିନ ମଜୁରୀଆ। ନିଜେ ଚାଲିବା ପାଇଁ କଷ୍ଟ ହେଉଥିବା ବେଳେ ଦିପୁ ର କଥା ବୁଝିବା ତାଙ୍କ ପାଇଁ ଆଉ ସମ୍ଭବ ହେଉ ନଥିବା କହିଛନ୍ତି। ଅନ୍ୟ ପଟେ ଦିପୁଙ୍କ ର ପଢ଼ିବା ର ଇଚ୍ଛା ଥିବାବେଳେ ସରକାରୀ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ପାଇଁ ନିବେଦନ କରିଛନ୍ତି। ଆଗପଛ ହୋଇ ଆରପାରିକୁ ଚାଲିଗଲେ ଆମ ବାପା,ମାଆ । ସେମାନେ ଚାଲିଯିବାପରେ ଏବେ ଅନାଥ ଦିପୁ । ଆଖିରେ ଅନେକ ସ୍ୱପ୍ନ । ପାଠ ପଢିବାକୁ ଅନେକ ଇଚ୍ଛା। ହେଲେ ସାଥ୍ ଦେଉନି ଭାଗ୍ୟ । ଦେଖାଯାଉ କେବେ ଦିପୁକୁ ମିଳୁଛି ସାହାରା ଆଉ କେବେ ସୁଧୁରୁଛୁ ତାର ଜୀବନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.