ଶ୍ୟାମସୁନ୍ଦରପୁର ପଂଚାୟତର ତାଳଡୁମୁକା ଗାଁରେ ଶିଆଳ ଆତଙ୍କ, ୮ ଆହତ

ଭଦ୍ରକ ଜିଲ୍ଲା ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଂଚାୟତର ତାଳଡୁମୁକା ଗାଁରେ ଶିଆଳ ମାତିଛି । ଶିଆଳ କାମୁଡ଼ାରେ ତାଳଡୁମୁକା ଗାଁର ବିଭିନ୍ନ ସାହିରେ ଆଠ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଚାନ୍ଦବାଲି (କେନ୍ୟୁଜ) : ଗାଁରେ ଶିଆଳ ଆତଙ୍କ। ଭଦ୍ରକ ଜିଲ୍ଲା ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଂଚାୟତର ତାଳଡୁମୁକା ଗାଁରେ ଶିଆଳ ମାତିଛି । ଶିଆଳ କାମୁଡ଼ାରେ ତାଳଡୁମୁକା ଗାଁର ବିଭିନ୍ନ ସାହିରେ ଆଠ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆହତଙ୍କ ଭିତରୁ ଜଣେ ସାତ ବର୍ଷର ଛୋଟ ଝିଅ ରହିଛି । ଆଉ ତିନିଜଣ ମହିଳା ଓ ଚାରି ଜଣ ପୁରୁଷ ଆହତ ହୋଇଛନ୍ତି । ଗାଁର ପାଞ୍ଚରୁ ଛଅଟି ଗାଈ ଓ ଚାରିଟି ଛେଳିକୁ ମଧ୍ୟ କାମୁଡି ଗୁରୁତର କରିଛି । ଖବର ପାଇ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଡାକ୍ତରଖାନାରେ ପହଂଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.