Below header

୧୨ ବର୍ଷ ବାଳକର ସଲିଳ ସମାଧି, ଗାଧୋଇବାକୁ ଯାଇଥିବାବେଳେ ଖସିଗଲା ଗୋଡ଼

ଯାଜପୁର(କେନ୍ୟୁଜ୍‌) : ନଦୀରେ ଗାଧୋଇବା ହେଲା କାଳ । ଗାଧୋଉଥିବା ବେଳେ ଗୋଡ଼ ଖସି ଯିବାରୁ ଚାଲିଗଲା ୧୨ ବର୍ଷ ବାଳକର ଜୀବନ । ଏମିତି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଞ୍ଚଳରେ ।

ଆଜି ସ୍ଥାନୀୟ ମହେଶ୍ୱରପୁର ପଂଚାୟତ ଚାନ୍ଦପୁର ଗ୍ରାମର ଅଜିନ ବକ୍ସଙ୍କ ପୁଅ ଅଖତର (୧୨) ମଧ୍ୟାହ୍ନ ସମୟରେ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ପାଣି ଭିତରକୁ ଚାଲି ଯାଇଥିଲେ। ସ୍ଥାନୀୟ ଲୋକେ ପାଣି ଭିତରେ ପଶି ବହୁ ସମୟ ଧରି ଖୋଜାଖୋଜି କରିଥିଲେ ବି ତା’ର ସନ୍ଧାନ ପାଇନଥିଲେ ।

ପରେ କୁଆଖିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ୪ଘଣ୍ଟା ଧରି ଖୋଜାଖୋଜି କରିବା ସହ ଅପରାହ୍ନରେ ଅଖତରକୁ ମୃତ ଅବସ୍ଥାରେ ନଦୀରୁ ଉଦ୍ଧାର କରାଯାଇଥିଲା। ଖବର ପାଇ ବ୍ରହ୍ମବରଦା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.