ବାଡିରୁ ଚୋରି ହୋଇଗଲା ଗୋବର, କାରଣ ଜାଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଛତିଶଗଡ଼ : ଟଙ୍କା ପଇସା କିମ୍ବା ମୂଲ୍ୟବାନ ଜିନିଷର ଚୋରି ହୋଇଥିବା କଥା ଆପଣ ଶୁଣିଥିବେ । ଗୋବର ଚୋରି ବିଷୟରେ କେହି କେବେ ଶୁଣିନଥିବେ । ହେଲେ ଛତିଶଗଡ଼ରେ ଗୋବର ଚୋରି ହେବା ଆରମ୍ଭ ହୋଇଯାଇଛି ।  ଛତିଶଗଡ ସରକାର ହରେଲି ଦିନ କୃଷକଙ୍କ ପାଇଁ ଗୋଧନ ଯୋଜନା ଲାଗୁ କରିଛନ୍ତି । ଏହି ଯୋଜନା ଅନୁଯାୟୀ ସରକାର କୃଷକଙ୍କ ଠାରୁ ଗୋବର କିଣିବେ । ଆଉ ସେହି ଗୋବରକୁ ସବୁଜ ଖତ ଆକାରରେ କୃଷକଙ୍କୁ ଯୋଗାଇବେ । ଫଳରେ ଜମି ଆଉ ଖରାପ ହେବ ନାହିଁ କିମ୍ବା ପରିବେଶ ପ୍ରଦୂଷଣ ହେବନାହିଁ ।

cow dung.JPG-1

ଏହି ଯୋଜନା ଘୋଷଣା ହେବା ପରଠାରୁ ଛତିଶଗଡ଼ରେ ଗୋବର ଚୋରି ହେବା ଆରମ୍ଭ ହୋଇଯାଇଛି । ଏବେ ଲୋକଙ୍କ ବାଡିରେ ଆଉ ଗୋବର ରହୁନାହିଁ । ଏମିତି ଅଭିଯୋଗ ପଞ୍ଚାୟତରେ ଆଣିଛନ୍ତି ଛତିଶଗଡ କୋରିଆ ଗ୍ରାମର ଦୁଇଜଣ କୃଷକ । ସରପଞ୍ଚ ଏବେ ଏହି ମାମଲାର ତଦନ୍ତ କରୁଛନ୍ତି । ପଶୁପାଳକଙ୍କୁ ଲାଭ ଦେବା ପାଇଁ ଛତିଶଗଡ଼ ସରକାର ଗୋବର କିଣୁଛନ୍ତି ।

ପରେ ଏହି ଗୋବରକୁ ଜୈବିକ ସାର ରୂପେ ବିକ୍ରି କରୁଛନ୍ତି । ଏହା ଦ୍ୱାରା ପଶୁପାଳକଙ୍କ ସହିତ କୃଷକମାନେ ମଧ୍ୟ ଉପକୃତ ହେଉଛନ୍ତି । ସରକାର ଗୋବର କିଲୋଗ୍ରାମ ପିଛା ୨ ଟଙ୍କାରେ କିଣୁଥିବାରୁ ଛତିଶଗଡ଼ରେ ଗୋବର ଚୋରି ଆରମ୍ଭ ହୋଇଛି । ଛତିଶଗଡ଼ ସରକାରଙ୍କ ଗୋଧନ ନ୍ୟାୟ ଯୋଜନା ଏବେ ଗୋପାଳଙ୍କ ପାଇଁ ବଡ଼ ଅସୁବିଧା ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.