ଖୁଦୁରୁକୁଣୀ ଓଷାକୁ ନେଇ ତୁମୂଳକାଣ୍ଡ, ପୁରୁଷ ଷ୍ଟାଇଲ୍‌ରେ ମହିଳାଙ୍କୁ ଭୟଙ୍କର ମାଡ଼ ମାରିଲେ ଆଉ ଜଣେ ମହିଳା

ଭୁବନେଶ୍ବର(କେନ୍ୟୁଜ୍): ଖୁଦୁରୁକୁଣୀ ଓଷାକୁ ନେଇ ତୁମୂଳକାଣ୍ଡ।  ଗାଁ ଦାଣ୍ଡରେ ମହିଳାଙ୍କୁ ପ୍ରବଳ ମାଡ଼ ମାରିଲେ ଆଉ ଜଣେ ମହିଳା । ସମସ୍ତଙ୍କ ସାମନାରେ ଚୁଟି ଝିକି, ଉଲଗ୍ନ କରି ଗୋଇଠା, ବିଧା, ଚାପୁଡ଼ା ମାରି ଚାଲିଛନ୍ତି । ପୂରା ପୁରୁଷ ଢଙ୍ଗରେ ମହିଳାଙ୍କୁ ଏଭଳି ଭୟଙ୍କର ନିର‌୍ୟାତନା ଦେଇଛନ୍ତି ଆଉ ଜଣେ ମହିଳା । ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ଘରୁ ଭିଡ଼ି ଆଣି ମନଇଚ୍ଛା ପିଟିଛନ୍ତି ମହିଳା  ଜଣକୁ ।

ଭୁବନେଶ୍ୱର ତମାଣ୍ଡୋ ସୁବୁଦ୍ଧିପୁର ସ୍ଥିତ ଲକ୍ଷ୍ମୀ ନଗର ବସ୍ତିରେ ଘଟିଛି ଏଇ ଅଘଟଣ। ଦେଖୁଥିବା ଲୋକେ ବି ତାଟକା ହୋଇ ଚାହିଁଥିଲେ । ବେଶ୍ କିଛି ସମୟ ଏହି ଅକଥନୀୟ ନିର୍ଯ୍ୟାତନା  ଚାଲିବା ପରେ ଲୋକେ ଆସି ରକ୍ଷା କଲେ। ପୀଡ଼ିତା ଜଣକ ହେଉଛନ୍ତି ରୁନୁବାଳା ମୁଳି । ଖୁଦୁରୁକୁଣୀ ଓଷାକୁ ନେଇ ତାଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି । କରୋନା ବ୍ୟାପୁଥିବାରୁ ସେ ଖୁଦୁରୁକୁଣୀ ଓଷା ପାଇଁ ନିଜ ଝିଅକୁ ଛାଡ଼ିଲେ ନାହିଁ । ଏହି କଥାକୁ ନେଇ ଯୁକ୍ତିତର୍କ ଯୋଗୁଁ ଶୈଳ ବେହେରା ନାମ୍ନୀ ଜଣେ ମହିଳା ତାଙ୍କୁ ଆକ୍ରମଣ କରିଥିଲେ ବୋଲି ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ମହିଳା ଜଣକ । ତେବେ ଏହାକୂ ନେଇ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଇଛି ତାହା ଦେଖିବାକୁ ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.