Below header

ଗୋରୁ ଚାଲାଣ ବେଳେ ୫୫ ମୃତ : ଗୋଟିଏ କଣ୍ଟେନରରେ ଥିଲେ ୧୩୨ଟି ଗୋରୁ

ଖୋର୍ଦ୍ଧା : ଗୋରୁ ଚାଲାଣ ବେଳେ ୫୫ ମୃତ । ଏକ କଣ୍ଟେନରରେ ୧୩୨ଟି ଗୋରୁକୁ ଆନ୍ଧ୍ରରୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା । ଖବର ପାଇ ଗତକାଲି ରାତିରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ କଣ୍ଟେନରଟିକୁ ଖୋର୍ଦ୍ଧା ଜାତୀୟ ରାଜପଥରେ ଅଟକାଇଥିଲା । ଏହାପରେ ଉଦ୍ଧାର ଗୋରୁଙ୍କୁ କଟକ ହାଡିଆପଦା ଗୋଶାଳାକୁ ପଠାଯାଇଥିଲା । ଆହତ ହୋଇଥିବା ଗୋରୁଙ୍କ ଏବେ ଚିକିତ୍ସା ଚାଲିଛି । ଘଟଣା ପରେ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.