ଫ୍ରାଇଡେ ରିଲିଜ : ‘ଫନେ ଖାନ୍’ ବନାମ ‘ମୁଲ୍କ’

ଫ୍ରାଇଡେ ରିଲିଜରେ ହଲକୁ ଆସିଲା ଦୁଇଟି ବଲିଉଡ୍ ମୁଭି । ମ୍ୟୁଜିକାଲ କମେଡି ଫିଲ୍ମ ‘ଫନେ ଖାନ୍’ ଓ ସରିୟସ୍ ମୁଭି‘ମୁଲ୍କ’ । ଫନେ ଖାନରେ ଅନୀଲ କପୁର, ରାଜକୁମାର ରାଓ ଓ ଐଶ୍ଚର୍ୟ୍ୟା ରାୟ ବଚ୍ଚନଙ୍କୁ ଦେଖିବାକୁ ମିଳିବ । ଝିଅକୁ ପ୍ରତିଷ୍ଠିତ ସଙ୍ଗୀତଜ୍ଞ ବନାଇବାକୁ ଜଣେ ବାପାର ସଂଘର୍ଷକୁ ନେଇ ଫିଲ୍ମର କାହାଣୀ ତିଆରି ହୋଇଛି । ସେହିପରି ଆଜି ହଲ୍କୁ ଆସିଛି ରିଷି କପୁର ଓ ତାପସୀ ପନ୍ନୁଙ୍କ ଫିଲ୍ମ ମୁଲ୍କ । ସତ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ରିଷିଙ୍କ ପରିବାର ଉପରେ ଦେଶ ଦ୍ରୋହର କଳଙ୍ଗ ଲାଗେ । ତାଙ୍କ ପରିବାରକୁ ଦେଶ ଛାଡି ପାକିସ୍ତାନ ଯିବାକୁ ଧମକ ମିଳେ । ଘର ବାହାରକୁ ବାହାରି ପାରନ୍ତିନି ରିଷି । ତେବେ ନିଜ ଉପରୁ ଓ ନିଜ ପରିବାର ଉପରୁ କିପରି ସେ ଏହି କଳଙ୍କ ହଟାଇବେ ତାହାକୁ ନେଇ କାହାଣୀ ଗତିଶୀଳ ହୋଇଛି । ଫିଲ୍ମରେ ତାପସୀ ଜଣେ ଓକିଲ ଭୂମିକାରେ ନଜର ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.