Below header

ଟେଷ୍ଟ କ୍ରିକେଟରେ ବିରାଟ କୋହଲିଙ୍କ ଆଉ ଏକ ଶତକ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ବିରାଟ କୋହଲିଙ୍କ ଆଉ ଏକ ଶତକ । ବର୍ମିଂହମ୍ ଟେଷ୍ଟରେ ବିରାଟଙ୍କ ୧୪୯ରନ ବଳରେ ଭାରତ ୨୭୪ରନ କରି ଅଲଆଉଟ୍ ହୋଇ ଯାଇଥିଲା । ଇଂଲଣ୍ଡଠାରୁ ଟିମ୍ ଇଣ୍ଡିଆ ମାତ୍ର ୧୩ରନ ପଛରେ ରହିଥିଲା । ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୭ରନ୍ କରିଥିଲା । ବିରାଟଙ୍କୁ ଛାଡିଦେଲେ, ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସସ ମ୍ୟାନ ଭଲ ପ୍ରଦର୍ଶନ କରି ନଥିଲେ । ବିରାଟ ତାଙ୍କ ଟେଷ୍ଟ କ୍ୟାରିୟର ୨୨ତମ ଶତକ କରିଥିଲେ । ଏହାସହ ଇଂଲଣ୍ଡ ମାଟିରେ ଏହା ଥିଲା ତାଙ୍କର ପ୍ରଥମ ଶତକ । ମୁରଲୀ ବିଜୟ ୨୦, ଶିଖର ଧୱନ ୨୬ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୨ରନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.