Below header

ପାରାଦ୍ୱୀପ ଗଡ ୟୁନିୟନ ବ୍ୟାଙ୍କରେ ୧୪ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ହେରଫେର

ପାରାଦ୍ୱୀପ(କେ ନ୍ୟୁଜ): ପାରାଦ୍ୱୀପ ଗଡ ୟୁନିୟନ ବ୍ୟାଙ୍କରେ ୧୪ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ହେରଫେର ଅଭିଯୋଗ । ୨୦୧୬ରୁ ୨୦୨୦ ମଧ୍ୟରେ ୧୪ ଲକ୍ଷ ୮୬ ହଜାର ୭୦୦ ଟଙ୍କା ହେରଫେର ହୋଇଛି । ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଓ କର୍ମଚାରୀ ମିଳିମିଶି ଚଞ୍ଚକତା କରିଥିବା ଅଭିଯୋଗ ହୋଇଛି ।

ବ୍ୟାଙ୍କରେ ଚାଲିଥିବା ଆଭ୍ୟନ୍ତରୀଣ ଅଡିଟ ବେଳେ ହେରଫେର୍‌ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ଖୁବଶୀଘ୍ର ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.