Below header

କଳା ମୁଗୁନି ପଥରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ: କେଶନା ଶିଆଳିଗୋଠାଣିରେ ୧୪୪ ଧାରା ଜାରି

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା କେଶନା ଶିଆଳିଗୋଠାଣିରେ ୧୪୪ ଧାରା ଜାରି । କଳା ମୁଗୁନି ପଥରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ଗୋଟିଏ ଗୋଷ୍ଠୀ ଶିଆଳିଗୋଠାଣି ଗାଁ ନିକଟ ପାହାଡ଼ରୁ କଳା ମୁଗୁନି ପଥର ଚୋରା ଚାଲାଣ ହେଉଥିବା ପ୍ରଶାସନ ପାଖରେ ଅଭିଯୋଗ କରିଥିଲା। ଏହାକୁ ଶୁକୃଲି ତହସିଲଦାର ଜ୍ୟୋସ୍ନାରାଣୀ ନାୟକ ଗୁରୁତ୍ୱର ନେବା ସହିତ ୧୪୪ ଧାରା ଲଗାଇବା ପାଇଁ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ।

କରଞ୍ଜିଆ ଉପଜିଲ୍ଲାପାଳ ୧୪୪ ଧାରା ଲାଗୁ କରିଛନ୍ତି । ଶିଆଳିଗୋଠାଣି ଖାତା ନମ୍ବର ୧୧୬, ପ୍ଲଟ ନମ୍ବର ୨୨୭ ଓ ୨୨୯ରେ ଦୁଇମାସ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଶିଆଳିଗୋଠାଣି ପାହାଡ଼ରେ ରରୁଆ ଥାନା ଅଧିକାରୀ ଦୟାନିଧି ଦାସ ଏବଂ ତହସିଲଦାର ଜ୍ୟୋସ୍ନା ରାଣୀ ନାୟକ ଉପସ୍ଥିତିରେ ନାଲି ଫିତା ଟଙ୍ଗା ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.